ନିର୍ଭୟା ମାମଲାର ମୁଖ୍ୟ ଅଭିଯୁକ୍ତ ନିଜକୁ ନିଜେ ଦେଇଥିଲା ସଜା: ତା ମୃତ୍ୟୁକୁ ନେଇ ଏବେ ଉଠୁଛି ପ୍ରଶ୍ନ...

Published By : Prameya-News7 Bureau | February 04, 2020 IST

ନୂଆଦିଲ୍ଲୀ୪/୨: ନିର୍ଭୟା ଦୋଷୀଙ୍କୁ କେବେ ଦିଆଯିବ ଫାଶୀ? ଏହି ପ୍ରଶ୍ନ ସମସ୍ତ ମନରେ ଉଙ୍କି ମାରୁଛି। ମାତ୍ର ଫେବୃଆରୀ ୧ ନିର୍ଭୟା ୪ ଦୋଷୀଙ୍କୁ ଫାଶୀ ମିଳି ବୋଲି ତାରିଖ ସ୍ଥିର ହୋଇଥିଲା। ହେଲେ ନିର୍ଭୟା  ଦୋଷୀଙ୍କ ଫାଶୀ  ତାରିଖ ଟଳି ଯାଇଛି। ୨୦୧୨ ମସିହା ଡିସେମ୍ବର ୧୨ ତାରିଖରେ ଚଳନ୍ତା ବସରେ ପାରାମେଡିକାଲର ୨୩ ବର୍ଷ ବୟସ୍କା ଛାତ୍ରୀଙ୍କୁ ୬ ଜଣ ରାକ୍ଷସ ମିଶି ଗଣଦୁଷ୍କର୍ମ କରିଥିଲେ। ତାଙ୍କୁ ଦୁଷ୍କର୍ମ କରିବା ପରେ ନିର୍ମମ ଭାବେ ପୀଡ଼ିତାଙ୍କୁ  ହତ୍ୟା କରିଥିଲେ। ନିର୍ଭୟା ଦୋଷୀଙ୍କୁ କେବେ ଫାଶୀ  ମିଳିବ? ଏହାକୁ ନେଇ ସାତବର୍ଷ ହେଲା ଦେଶବାସୀ ଅପେକ୍ଷା କରିଛନ୍ତି।

ନିର୍ଭୟା ୬ ଦୋଷୀଙ୍କ ମଧ୍ୟରୁ ରାମ ସିଂହ ଥିଲା ମୁଖ୍ୟ ଅଭିଯୁକ୍ତ।ଏହି ଘଟଣାପରେ ରାମ ସିଂହ ସମେତ ଅନ୍ୟ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଥିଲା। ଜେଲରେ କିଛି ମାସ ରହିବା ପରେ ରାମ ସିଂହ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା। ରାମ ସିଂହର ମୃତ୍ୟୁକୁ ନେଇ ତା ଓକିଲା ଓ ତା ପରିବାର ଲୋକେ ପ୍ରଶ୍ନ ଉଠାଇଥିଲେ। ୨୦୧୩ ମସିହା ମାର୍ଚ୍ଚ ମାସରେ ତିହାର ଜେଲ୍‌ରୁ ରାମ ସିଂହର ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ୍‌ର କହିବା ମୁତାବକ ଜେଲ୍‌ରେ ରାମ ସିଂହ ଆତ୍ମହତ୍ୟା କରିଥିଲା। କିନ୍ତୁ ରାମ ସିଂହର ପରିବାର ଲୋକ ଅଭିଯୋଗ କରିଥିଲେ ଯେ ତାକୁ ଜେଲ୍‌ରେ ଭିତରେ ହତ୍ୟା କରାଯାଇଥିଲା।

ବୃର୍ତ୍ତିରେ ରାମ ସିଂହ ବସ୍‌ ଡ୍ରାଇଭର ଥିଲା। ଘଟଣା ଦିନ ଯେଉଁ ବସରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ସେହି ବସ୍‌କୁ ରାମ ସିଂହ ଚଳାଉଥିଲା। ଦକ୍ଷିଣ ଦିଲ୍ଳୀରେ ଅଭିଯୁକ୍ତ ରାମ ସିଂହର ଘର। ନିର୍ଭୟା ଘଟଣା ପରେ ରାମ ସିଂହ ସଂପର୍କରେ କିଛି ଅଜଣା ତଥା ସାମ୍ନାକୁ ଆସିଥିଲା। ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଝଗଡ଼ା ଓ ମାରପିଟ୍‌ କରିବା ତାର ନିତିଦିନିଆ କାମ ଥିଲା। ୨୦ ବର୍ଷ ପୂର୍ବରୁ ତା ପରିବାର ରାଜସ୍ଥାନରୁ ଆସି ଦିଲ୍ଳୀରେ ରହୁଥିଲେ। ପାଞ୍ଚ ଭାଇଙ୍କ ମଧ୍ୟରୁ ରାମ ସିଂହ ତିନି ନମ୍ବର ଭାଇ ଥିଲା। ତାର ଏହି ଭଳି ବଦଗୁଣ ପାଇଁ ଅନ୍ୟ ଚାରି ଭାଇ ତାକୁ ଭଲ ପାଉ ନଥିଲେ। ଅଧାରୁ ସ୍କୁଲରୁ ପାଠ ଛାଡ଼ି ବସ୍‌ ଚଳାଉଥିଲା ରାମ ସିଂହ।

ତିହାର ଜେଲ୍‌ର ପୂର୍ବତନ ଅଧିକାରୀ ସୁନୀଲ ଗୁପ୍ତା ନିଜ ପୁସ୍ତକ ବ୍ଳାକ ଓ୍ବାରେଣ୍ଟ ରେ ଲେଖିଥିଲେ ଯେ ରାମ ସଂହର  ପୋଷ୍ଟମର୍ଟମ ରିପୋର୍ଟକୁ ଭଲ କରି  ଦେଖାଯାଇଛି।ତା ଶରୀରରୁ ଆଲକହଲ ଭାଗ ମିଳିଥିଲା।କିନ୍ତୁ ତା ପରିବାର ଲୋକ ପ୍ରଶ୍ନ କରିଥିଲେ ଯେ ଏତେ ଛୋଟ ସେଲ୍‌ରେ ତାକୁ ମଦ ପିଇବାକୁ କିଏ ଦେଲା ? ଜେଲ୍‌ ଭିତରକୁ ମଦ କେମିତି ଗଲା?  ଅନ୍ୟ କଏଦୀ ମିଶି ତାକୁ ହତ୍ୟା କରିଥିବା ରାମ ସିଂହ ପରିବାର ଲୋକ ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.