ନର୍ସ ନିହାରିକା ହତ୍ୟାକାଣ୍ଡ : ସରିଲା ମୁଖ୍ୟ ଅଭିଯୁକ୍ତ କିଶୋର ଆଞ୍ଚଲର ୩ଦିନିଆ ରିମାଣ୍ଡ, ଗଲା ଜେଲକୁ

Published By : Prameya-News7 Bureau | September 25, 2019 IST

ଜଗତସିଂହପୁର୨୫|୯: ନର୍ସ ନିହାରିକା ପାତ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ କିଶୋର ଚନ୍ଦ୍ର ଆଞ୍ଚଳର ଆଜି ତିନି ଦିନିଆ ରିମାଣ୍ଡ ଶେଷ ହୋଇଛି । ଅବଧି ଶେଷ ହେବା ପରେ ଆଜି  ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ରାଜାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାକୁ ଜଗତସିଂହପୁର ଏସଡିଜେଏମ କୋର୍ଟରେ ପୁନର୍ବାର ହାଜର କରାଯିବା ସହ ପୁଣି ଜଗତସିଂହପୁର ଉପକାରାଗାରକୁ ଫେରି ଯାଇଛି ରାଜା ।

{"id":162612}

ରାଜା ନିହାରିକାଙ୍କୁ ହତ୍ୟା କରିଥିବା ନିଜେ ପୋଲିସ ଆଗରେ  ସ୍ବୀକାର କରିଥିଲା । ତେବେ ତାକୁ  ଅଧିକ ପଚରା ଉଚରା ପାଇଁ ଗତ ୨୩ତାରିଖ ଦିନ ୫ଟା ୩୦ମିନିଟରେ ବିରିଡି ପୋଲିସ ତାକୁ ୩ଦିନ ରିମାଣ୍ଡରେ ନେଇଥିଲା ।ରାଜାକୁ ଏକ ଅଜ୍ଞାନ୍ତ  ସ୍ଥାନରେ ରଖି ପୋଲିସ ଅଧିକ ଜେରା କରିଥିଲା । ଜେରା ବେଳେ ଆଉ କିଛି ତଥ୍ୟ ପୋଲିସକୁ ମିଳିଥିବାର ବିଶେଷ ସୂତ୍ରରୁ ଜଣାପଡିଥିଲେ ମଧ୍ୟ ଏ ବାବଦରେ ପୋଲିସ କିଛି ସୂଚନା ଦେବାକୁ ମନା କରିଦେଇଛି । 

{"id":162615}

ଏଥି ସହିତ ଜଗତସିଂହପୁର ପୋଲିସ ଗତକାଲି ହତ୍ୟାକାଣ୍ଡ ଘଟିଥିବା ଚାଉଳିଆଗଞ୍ଜସ୍ଥିତ  ଭଡାଘର ସହ ନିହାରିକା କାମ କରୁଥିବା ଏମ ଏମ ମେଡିକେୟାର ଓ ନିହାରିକାଙ୍କ ଗାଁ ଭିଙ୍ଗାରପୁରକୁ ଯାଇ ଅଧିକ ତଦନ୍ତ କରିଥିଲା । ଆସନ୍ତା ଦୁଇ ଦିନ ମଧ୍ୟରେ ଭିସେରା ରିପୋର୍ଟ ଓ ଚୂଡାନ୍ତ ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ସତ୍ୟା ସତ୍ୟ  ଜଣା ପଡିବ ବୋଲି ପୋଲିସ ଆଶା କରିଛି ।

{"id":162619}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.