ବ୍ୟବସାୟୀଙ୍କ ହାତଗୋଡ ବାନ୍ଧି ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | November 26, 2019 IST

ଆଠମଲ୍ଲିକ ୨୬।୧୧: ଆଠମଲ୍ଲିକ ସହରରେ ଗତବର୍ଷ ଜୁନ୍ ୧୪ତାରିଖରେ ହୋଇଥିବା ଏକ ବଡ ଧରଣର ଡକାୟତି ହୋଇଥିଲା । ସ୍ଥାନୀୟ ବ୍ୟବସାୟୀ ମହେଶ ଅଗ୍ରୱାଲଙ୍କୁ ହାତ ଗୋଡ ବାନ୍ଧି ୧୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଆଠମଲ୍ଲିକ ଥାନା କେସ୍ ନମ୍ବର ୫୫/୧୮ ରେ ଏକ ମାମଲା ରୁଜୁ ହେଇଥିଲା । ଏହାକୁ ନେଇ ଜନସାଧରଣ ତରଫରୁ ପୋଲିସକୁ ପ୍ରବଳ ବିରେଧ ହେବା ପରେ ଆଠମଲ୍ଲିକ ପୋଲିସ ଛାନଭିନ ଆରମ୍ଭ କରିଥିଲା ।

{"id":189972,"sizeSlug":"large"}

ଏ ଘଟଣାରେ ଗତ ୧୮/0୨/୧୯ରେ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଉ ଜଣେ ମାଷ୍ଟର ମାଇଣ୍ଡକୁ ପୋଲିସ ଗିରଫ କରିପାରି ନଥିଲା । ଗତକାଲି ରାତିରେ ଆଠମଲ୍ଲିକ ପୋଲିସକୁ  ଏକ ବଡ ସଫଳତା  ମିଳିଛି । ଆଠମଲ୍ଲିକ ପୋଲିସ ସୂଚନା ଅନୁଯାଇ ଆଠମଲ୍ଲିକ ଆଇଆଇସି  ପ୍ରିୟବ୍ରତ ଦାସ ଏଏସଆଇ ସନ୍ତୋଷ କୁମାର ସେଠୀ ପ୍ରମୁଖ କୌଣସି ସୂତ୍ରରୁ ଖବର ପାଇ ମୁଖ୍ୟ ଆସାମୀକୁ ଗିରଫ କରିଛନ୍ତି । ଡକାୟତ ଜଣକ ଅନୁଗୋଳ ଜିଲ୍ଲା ବଇଣ୍ଡା ଅଞ୍ଚର ସୁଶାନ୍ତ ପ୍ରଧାନ । ଡକାୟତି ପାଇଁ ବ୍ୟବହାର କରିଥିବା ଏକ କାରକୁ ମଧ୍ୟ ଆଠମଲ୍ଲିକ ପୋଲିସ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.