Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଗୋଧ୍ରାକାଣ୍ଡ ମୁଖ୍ୟ କାର୍ପଟଦାର ହାଜି ବିଲାଲର ମୃତ୍ୟୁ, ଅସୁସ୍ଥତା ହେତୁ ୪ ବର୍ଷଧରି ଥିଲା ଚିକିତ୍ସାଧିନ

26/11/2021 at 8:51 PM

ବଡୋଦରା ୨୬।୧୧: ଗୁଜରାଟ ଗୋଧ୍ରାକାଣ୍ଡର ମୁଖ୍ୟ  କାର୍ପଟଦାର ହାଜି ବିଲାଲର ମୃତ୍ୟୁ ହୋଇଛି। ଗତ ୪ ବର୍ଷ ହେଲା ସେ ଅସୁସ୍ଥ ଥିଲା। ଏଣୁ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ବିଳମ୍ବିତ ରାତ୍ରିରେ ତାର ମୃତ୍ୟୁ ହୋଇଛି। ଗୋଧ୍ରାରେ ସାବରମତୀ ଏକ୍ସପ୍ରେସସ୍‌ରେ ନିଆଁ ଲଗାଇବା ମାମଲାରେ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଣ୍ଡାଦେଶ କରିଥିଲେ। ସେ ବଡୋଦରା କେନ୍ଦ୍ରୀୟ ଜେଲରେ ଦଣ୍ଡ କାଟୁଥିଲା।

ଗତ ୨୨ ତାରିଖ ଦିନ ତାର ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଯାଇଥିଲା। ଏଣୁ ଜେଲ କର୍ତ୍ତୃପକ୍ଷ ତାକୁ ହସ୍ପିଟାଲ ସ୍ଥାନାନ୍ତରଣ କରିଥିଲେ। ବଡୋଦରା ଏସଏସଜି ହସ୍ପିଟାଲରେ ତାକୁ ଅକ୍ସିଜେନ ସପୋର୍ଟରେ ରଖା ଯାଇଥିଲା। ଗୁରୁବାର ବିଳମ୍ବିତ ରାତ୍ରୀରେ ତାର ମୃତ୍ୟୁ ହୋଇଥିବା ନେଇ ଜେଲ କର୍ତ୍ତୃପକ୍ଷ ଶୁକ୍ରବାର ସୂଚିତ କରିଛନ୍ତି। ବିଲାଲର ମୃତ୍ୟୁ ପରେ ପୋଲିସ ଅନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ତା ଶବକୁ ପୋଷ୍ଟମର୍ଟମ ଲାଗି ପଠାଇଥିବା ବେଳେ ପରିବାରକୁ ହସ୍ତାନ୍ତର କରିଦିଆଯିବ ବୋଲି ପୋଲିସ କହିଛି।

ଉଲ୍ଲେଖଯୋଗ୍ୟ ଯେ ୨ ଫେବୃଆରୀ ୨୦୦୨ରେ ସାବରମତି ଏକ୍ସପ୍ରେସ ଟ୍ରେନର ଏସ-୬ ବଗିରେ ନିଆଁ ଲଗାଇ ଦିଆଯାଇଥିଲା। ଫଳରେ ଏହି ବଗିରେ ଯାତ୍ରା କରୁଥିବା ୫୯ ଜଣ ଯାତ୍ରୀ ପୋଡି ହୋଇ ପ୍ରାଣ ହରାଇଥିଲେ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ହାଜି ବିଲାଲ ଅନ୍ୟତମ ଥିଲା। ନିମ୍ନ ଅଦାଲତ ତାକୁ ମୃତ୍ୟୁଦଣ୍ଡାଦେଶ କରିଥିଲେ। ତେବେ ଗୁଜରାଟ ଉଚ୍ଚ ନ୍ୟାୟାଳୟ  ହାଜି ବିଲାଲ ସମେତ ମାମଲାର ଅନ୍ୟ ୧୧ ଦୋଷୀଙ୍କ ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିଣତ କରିଥିଲେ। ସେବେଠାରୁ ସମସ୍ତେ ଜେଲରେ ଅଛନ୍ତି।

   Related Posts