Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ସମ୍ବଲପୁରରେ ଯୁବତୀ ଚାଲାଣ ଗ୍ୟାଙ୍ଗର ମୁଖ୍ୟ ଗିରଫ, ଦେଢ ଲକ୍ଷ ଟଙ୍କାରେ ରାଜସ୍ଥାନରେ କରୁଥିଲା ବିକ୍ରି

19/02/2019 at 8:11 PM

ସମ୍ବଲପୁର୧୯|୨(ନୀଳାଚଳ ମହାପାତ୍ର): ସମ୍ବଲପୁରରୁ ଯୁବତୀଙ୍କୁ ସୁଦୁର ରାଜସ୍ଥାନରେ ବିକ୍ରି କରିବା ପରେ,ଏବେ ନୂତନ ଯୁବତୀ ସଂନ୍ଧାନରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି, ଟାଉନ୍‌ଥାନା ପୋଲିସ୍‌। ହେଲେ ଏବେ ମଧ୍ୟ ଏହି ମାମଲାର ଦୁଇଜଣ ଅଭିଯୁକ୍ତ ଫେରାର୍‌ ଅଛନ୍ତି। ହେଲେ ପୋଲିସ୍‌ର କହିବା ହେଲା, ରାଜସ୍ଥାନରେ ବିବାହ ଯୋଗ୍ୟ ମହିଳାଙ୍କ ସଂଖ୍ୟା କମ୍‌ ଥିବାରୁ, ଓଡିଶାରୁ ଏହି ଯୁବତୀ ଚାଲାଣ ରାକେଟ୍‌ ସକ୍ରିୟ ରହିଛି ।

ସମ୍ବଲପୁର ଧମା ଅଞ୍ଚଳର ଜଣେ ଯୁବତୀଙ୍କୁ, ପ୍ରଥମେ ନିଶା ଦେଇ ବେହୋସ୍‌ କରିବା,ତା ପରେ ତାକୁ ନେଇ ଭୁବନେଶ୍ବର ଯିବା ଓ ସେଠାରୁ ରାଜସ୍ଥାନ ଝୁନ୍‌ଝୁନ୍‌ୱାଲା ଅଞ୍ଚଳରେ ବିକ୍ରି କରାଯିବା ଗୁମର ଧିରେ ଧିରେ ଫିଟୁଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରମୋଦ ସାହୁକୁ, ସମ୍ବଲପୁର ଟାଉନ୍‌ଥାନା ପୋଲିସ୍‌ ନୟାଗଡ ରଣପୁର ଅଞ୍ଚଳରୁ ଉଠାଇ ଆଣିଛି। ପ୍ରମୋଦ ପେଶାରେ ଜଣେ ଅଟୋଡ୍ରାଇଭର ହୋଇଥିବା ବେଳେ, ଯୁବତୀ ଚାଲାଣ କରି ରାତାରାତି ଧନୀ ହେବାର ଲୋଭ ତାକୁ ଏହି ରାକେଟ୍‌ରେ ସର୍ଦ୍ଦାର ସଜାଇଛି। 

ପ୍ରମୋଦର କହିବା ହେଲା, ଯେ ଧମା ଅଞ୍ଚଳର ଯୁବତୀ ଜଣକୁ ସେ ଜଣେ ମହିଳାଙ୍କ ସହ ଭୁବନେଶ୍ବର ରେଳଷ୍ଟେସନ୍‌ରେ ଦେଖିଥିଲା। ତା ସହ କଥାବାର୍ତ୍ତା ହେବାପରେ, ସେ ତାକୁ ନିଜ ଘରକୁ ନେଇ ରଖିଥିଲା। ଏହାପରେ ସଂପୃକ୍ତ ଯୁବତୀକୁ, ରାଜସ୍ଥାନ ନେଇ ସେଠାରେ ଜଣେ ବ୍ୟକ୍ତି ସହ ବିବାହ କରିବା ପରେ,କିଛି ଟଙ୍କା ନେଇ ଓଡିଶା ଫେରି ଆସିଥିଲା। ହେଲେ ସେ ଯୁବତୀକୁ ବିକ୍ରି କରିବା ଉଦ୍ଦେଶ୍ୟରେ ନେଇନଥିବା ସେ କହିଛି। ହେଲେ ପୋଲିସ୍‌ କହିଛି ଯେ, ପ୍ରମୋଦ ଓ ତାର ଜଣେ ସଂପର୍କୀୟ ଭଉଣୀ, ଯୁବତୀଙ୍କୁ ବିକ୍ରି କରି,ଦେଢଲକ୍ଷ ଟଙ୍କା ଆଣି ପରସ୍ପର ମଧ୍ୟରେ ବାଣ୍ଟି ଦେଇଛନ୍ତି ।

ସମ୍ବଲପୁର ସଦର ଏସ୍‌ଡିପିଓଙ୍କ କହିବା ହେଲା, ସମ୍ବଲପୁର ଅଞ୍ଚଳରୁ ଯୁବତୀ ଚାଲାଣ ରାକେଟ୍‌ ସକ୍ରିୟ ରହିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଗଲାଣି। ଆହୁରି ଦୁଇଜଣ ଫେରାର୍‌ ଥିବା ବେଳେ, ଜେଲ୍‌ରେ ଥିବା ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରାଯିବ। ସେହିପରି ଯେଉଁ ଦୁଇଜଣ ମହିଳା ଏହି ଯୁବତୀ ଚାଲାଣ ରାକେଟ୍‌ରେ ମୁଖ୍ୟ ରହିଛନ୍ତି ସେମାନେ ରାଜସ୍ଥାନରେ ଅଛନ୍ତି। ପୋଲିସ୍‌ର ସ୍ବତନ୍ତ୍ର ଟିମ୍‌ ସେହି ଦୁଇଜଣ ମହିଳାଙ୍କୁ ଗିରଫ କରିବାକୁ ଖୁବ୍‌ ଶୀଘ୍ର ରାଜସ୍ଥାନ ଯିବା ସହ, ସମ୍ବଲପୁର ଅଞ୍ଚଳରେ ସକ୍ରିୟ ଥିବା ରାକେଟ୍‌କୁ ଧରିବାକୁ ଉଦ୍ୟମ ଜାରୀ ରଖିଛି…

ନିଜ ଘରେ କାମ କରିବାକୁ ହେଉ, କି ବାହାର ରାଜ୍ୟରେ ଚାକିରୀ କରାଇଦେବାକୁ କହି, ନିରୀହ ଆଦିବାସୀ ଯୁବତୀ ମାନଙ୍କୁ ରାକେଟ୍‌ ମାଧ୍ୟମରେ ପ୍ରଥମେ ଭୁବନେଶ୍ବର ନେଇ ସେଠାରୁ ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ରାଜସ୍ଥାନ,ହରିୟାନା,ଝାନ୍‌ସୀ,ସତାରା ଆଦି ଅଞ୍ଚଳକୁ ଏହି ଯୁବତୀ ମାନଙ୍କ ୨ରୁ ୪ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡିଛି।

   Related Posts