ପରକୀୟା ପ୍ରେମରେ ପଡ଼ି ଢେଙ୍କାନାଳର ମଂଟୁ ପାତ୍ରଙ୍କୁ ହତ୍ୟା କରିଥିଲା ଯବାନ ସଂଜୟ : ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ; ପୂର୍ବରୁ ଗିରଫ ହୋଇଛି ମୃତ ମଂଟୁ ପାତ୍ରଙ୍କ ସ୍ତ୍ରୀ ଅରୁଣା

Published By : Prameya-News7 Bureau | October 20, 2018 IST

ଢେଙ୍କାନାଳ ୨୦/୧୦: ଢେଙ୍କାନାଳର ବହୁଚର୍ଚ୍ଚିତ ସୁନା ବ୍ୟବସାୟୀ ମଣ୍ଟୁ ପାତ୍ର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ କୁମାରଙ୍କୁ ଢେଙ୍କାନାଳ ପୋଲିସ ଗିରଫ କରିଛି । ସଞ୍ଜୟ କୁମାର ଜଣେ ସାମରିକ ଯବାନ । ଆସାମର ଦିବ୍ରୁଗଡ଼ରେ ଥିବା ଆହ୍ଲାବାଦ ରେଜିମେଣ୍ଟରେ କାମ କରୁଥିଲା ସଞ୍ଜୟ । ଏହି ଘଟଣାରେ ପୋଲିସ ମୃତ ମଣ୍ଟୁ ପାତ୍ରଙ୍କ ସ୍ତ୍ରୀ ଅରୁଣା ପାତ୍ରଙ୍କୁ କିଛିଦିନ ତଳେ ଗିରଫ କରିଥିଲା । ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ପରକୀୟା ପ୍ରେମ ବୋଲି ପ୍ରଥମରୁ ସନ୍ଦେହ କରାଯାଇଥିଲା । ଅରୁଣା ପାତ୍ରଙ୍କୁ ଗିରଫ କରିବାପରେ ସମଗ୍ର ଘଟଣା ପଦାକୁ ଆସିଥିଲା । ଅରୁଣା ପାତ୍ରଙ୍କୁ ଜେରା କରିବାବେଳେ ମଣ୍ଟୁ ପାତ୍ରଙ୍କୁ ସଞ୍ଜୟ କୁମାର ହତ୍ୟା କରିଥିଲା ଓ ସେଥିରେ ଅରୁଣା ସହଯୋଗ କରିଥିଲା ବୋଲି ପୋଲିସ ଜାଣିପାରିଥିଲା ।           ମୃତ ମଣ୍ଟୁ ପାତ୍ରଙ୍କ ସ୍ତ୍ରୀ ଅରୁଣା ପାତ୍ର ଏବଂ ସଞ୍ଜୟ ମଧ୍ୟରେ ଫେସବୁକ୍‌ରୁ ପ୍ରେମ ଆରମ୍ଭ ହୋଇଥିଲା ପରସ୍ପରକୁ ନିଜର କରିବା ପାଇଁ ଦୁହେଁ ବ୍ୟଗ୍ର ଥିଲେ । ହେଲେ ଅରୁଣାଙ୍କ ସ୍ୱାମୀ ମଣ୍ଟୁ ପାତ୍ର କଣ୍ଟା ହୋଇଥିଲା । ସେଥିପାଇଁ ମଣ୍ଟୁ ପାତ୍ରକୁ ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀ ଅରୁଣା ଓ ସଞ୍ଜୟ ଯୋଜନା କରିଥିଲେ । ଯୋଜନା ମୁତାବକ ସେପ୍ଟେମ୍ୱର ୩ ତାରିଖ ଦିନ ଦ୍ୱିପହରେ ଗହଣା ଦୋକାନ ବନ୍ଦ କରି ମଣ୍ଟୁ ଘରକୁ ଖାଇବାକୁ ଆସିଥିଲେ । ଅରୁଣା ସ୍ୱାମୀଙ୍କ ଖାଇବାରେ ନିଶାଦ୍ରବ୍ୟ ମିଶାଇ ଦେଇଥିଲେ । ଫଳରେ ମଣ୍ଟୁ ମଧ୍ୟାହ୍ନ ଭୋଜନ କରିବା ପରେ ପରେ ନିଜ ଶୋଇବା ଘରେ ଅଚେତ ହୋଇ ପଡ଼ିଥିଲେ । ଏହାର ସୁଯୋଗ ନେଇ ସଞ୍ଜୟ ଘର ଭିତରକୁ ପଶି ଅରୁଣା ସହାୟତାରେ ମଣ୍ଟୁଙ୍କୁ ଅତି ନିର୍ମମଭାବେ ହତ୍ୟା କରିଥିଲେ । ସମଗ୍ର ଢେଙ୍କାନାଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା । ମୃତ ମଣ୍ଟୁ ପାତ୍ର ଏବଂ ଆରୁଣାଙ୍କର ୧୨ ବର୍ଷର ଗୋଟିଏ ପୁଅ ମଧ୍ୟ ଅଛି ।           ସୁଚନାଯୋଗ୍ୟ ଯେ, ମଣ୍ଟୁ ପାତ୍ରଙ୍କ ନିଜ ଘର ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲାରେ । ଚାରିତ୍ରିକ ଦୋଷ ଯୋଗୁଁ ମଣ୍ଟୁ ପାତ୍ର ଏବଂ ଅରୁଣା ପାତ୍ରଙ୍କ ମଧ୍ୟରେ ବରାବର ଝଗଡ଼ା ଲାଗିରହୁଥିଲା । ମଣ୍ଟୁ ପାତ୍ରଙ୍କ ହତ୍ୟାପରେ ପରେ ମଣ୍ଟୁଙ୍କ ବଡ଼ ଭାଇ ଏହି ହତ୍ୟାକାଣ୍ଡ ପଛରେ ପରକୀୟା ପ୍ରିତିଥିବା ପୋଲିସ ଆଗରେ ସନ୍ଦେହ ପ୍ରକାଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.