ଗୁଣିଆ ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ଦିବାକର ସିଂ ଗିରଫ

Published By : Prameya-News7 Bureau | October 10, 2019 IST

ଉଦଳା ୧୦।୧୦: ଗୁଣିଆ ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଦିବାକର ସିଂ ଗିରଫ ହୋଇଛି । ବିଦ୍ୟାଧରନଗର ସ୍ଥିତ ଭାଇ ଘରୁ ଦିବାକରକୁ ଗିରଫ କରିଛି କପ୍ତିପଦା ଥାନା ପୋଲିସ । ଦମ୍ପତିଙ୍କୁ ହାଣି ଗୋଡହାତ ବାନ୍ଧି ସୁନେଇ ଡ୍ୟାମରେ ଫିଙ୍ଗି ଦେଇଥିଲା ଦୁର୍ବୃତ୍ତ ।

{"id":167487}

ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ସଂଧ୍ୟାରୁ ନିଖୋଜ ଥିବା ଦମ୍ପତ୍ତିଙ୍କୁ ଗୁଣିଆ ସନ୍ଦେହରେ ହତ୍ୟା କରାଯାଇଥିଲା । ଆଉ ନିଖୋଜ ହେବାର ପ୍ରାୟ ୭୦ ଘଣ୍ଟା ପରେ ସେମାନଙ୍କ ମୃତଦେହକୁ ସୁନେଇ ଡ୍ୟାମ୍ ମଝିରୁ ଉଦ୍ଧାର କରାଯାଇଥିଲା । ଗତ ୬ ତାରିଖରେ ନିକଟସ୍ଥ ଛତ୍ରାଆମ୍ବ ଗାଁକୁ ଫୁଟବଲ ମ୍ୟାଚ୍‌ ଦେଖିବାକୁ ଯାଇ ଏହି ଦମ୍ପତ୍ତି ଫେରିନଥିଲେ ।

{"id":167488}

ନିଖୋଜ ସୀତାରାମଙ୍କ ଜୋତା ଓ ଲେତଙ୍କର ଚୁଡ଼ି ସମେତ ରକ୍ତ ଛିଟା ପଡ଼ିଥିବା ଦେଖି ପରିବାର ଲୋକେ ହତ୍ୟା ସନ୍ଦେହ କରିଥିଲେ । ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ୨ ଦିନ ଧରି ସୁନେଇ ଡ୍ୟାମ୍‌ରେ ଖୋଜା ଜାରି ରଖିଥିଲେ । ଶେଷରେ ଓଡ୍ରାଫ୍‌ ଟିମ୍‌ର ୭ ଜଣିଆ ଦଳ ସୁନେଇ ଡ୍ୟାମ୍‌ରୁ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲା ।

{"id":167859}

ଗୁଣିଆ ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ଗତକାଲି ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତ ଦିବାକର ସିଂ ଗିରଫ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.