Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବେଙ୍ଗାଲୁର ଦଙ୍ଗାର ମୁଖ୍ୟ ଅଭିଯୁକ୍ତ ଗିରଫ, ସୋସିଆଲ ମିଡିଆରେ ଧାର୍ମିକ ପୋଷ୍ଟ ଅପଲୋଡ ପରେ ହୋଇଥିଲା ହିଂସା

24/09/2020 at 8:29 PM

ବେଙ୍ଗାଲୁରୁ ୨୪।୯: ବେଙ୍ଗାଲୁରୁ ଦଙ୍ଗାର ମୁଖ୍ୟ ଅଭିଯୁକ୍ତ ସୟଦ ସାଦ୍ଦିକ ଅଲ୍ଲୀ (୪୪)କୁ ଏନଆଇଏ ଗୁରୁବାର ଗିରଫ କରିଛି। ପ୍ରାୟ ୩୦ ଚଢଉ ପରେ ସାଦ୍ଦିକ ଅଲ୍ଲୀ ଏନଆଇଏ ହାତରେ ଧରାପଡିଛି। ଜନୈକ କଂଗ୍ରେସ ବିଧାୟକଙ୍କ ସମ୍ପର୍କିୟ ସୋସିଆଲ ମିଡିଆରେ ଏକ ଧାର୍ମିକ ପୋଷ୍ଟ କରିବା ପରେ ୧୧ ଅଗଷ୍ଟ ରାତିରେ ବେଙ୍ଗାଲୁରୁ ଦଙ୍ଗାର ସୂତ୍ରପାତ ହୋଇଥିଲା।

ଦଙ୍ଗାଦିନ ରାତିରୁ ସାଦ୍ଦିକ ଅଲ୍ଲୀ ଫେରାର ଥିଲା। ତେବେ ଗିରଫ ବେଳେ ସାଦ୍ଦିକ ନିକଟରୁ ଏୟାରଗନ, ପାଲେଟ୍‌ସ, କିଛି ଦେଶୀ ଅସ୍ତ୍ରଶସ୍ତ୍ର ଓ ଲୁହାରଡ ଆଦି ଜବତ ହୋଇଥିବା ଏନଆଇଏ ସୂଚନା ଦେଇଛି। ସେହିପରି ତା ନିକଟରୁ କିଛି ଡିଜିଟାଲ ଡିଭାଇସ ସାଙ୍ଗକୁ ଏସଡିଏଫଆଇ ଓ ଏସଏଫଆଇ ସମ୍ପର୍କିତ କିଛି ଆପତ୍ତିଜନକ କଗଜପତ୍ର ମଧ୍ୟ ମିଳିଛି। ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟକୁ ନେଇ କଂଗ୍ରେସ ବିଧାୟକ ଆର.ଅଖଣ୍ଡ ଶ୍ରୀନିବାସ ଓ  ତାଙ୍କ ଭଉଣୀଙ୍କୁ ଟାର୍ଗେଟ କରି ଦଙ୍ଗା ସୃଷ୍ଟି ହୋଇଥିଲା।

ଘଟଣା ଦିନ ଦଙ୍ଗାକୁ ଆୟତ୍ତ କରିବା ଲାଗି ପୋଲିସ ଗୁଳିକାଣ୍ଡରେ ୩ ଜଣଙ୍କ ସମେତ ମୋଟ ୪ ଜଣ ପ୍ରାଣ ହରାଇଥିଲେ। ବେଙ୍ଗାଲୁରୁ ହିଂସା ଲାଗି ବିଜେପି ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ସମ୍ବଦ୍ଧିତ ଏସଡିପିଆଇକୁ ଦାୟି କରିଥିଲା। ଏଥିଲାଗି ସଙ୍ଗଠନକୁ ନିଷିଦ୍ଧ କରିବା ଲାଗି ମଧ୍ୟ ଦାବି ହୋଇଥିଲା। ତେବେ ଏସଡିପିଆଇ ଏହାକୁ ଖଣ୍ଡନ କରିଥିଲା। ଏବେ ଦଙ୍ଗାର ମୁଖ୍ୟ ନାୟକ ଗିରଫ ହେବା ପରେ ତଦନ୍ତ କେଉଁଆଡକୁ ଯାଉଛି ତା ଉପରେ ସମସ୍ତଙ୍କ ନଜର।

   Related Posts