ବାରଙ୍ଗ ଗୋଡିସାହି ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 02, 2018 IST

ବାରଙ୍ଗ ୨/୧୨ : ବାରଙ୍ଗ ଗୋଡିସାହି ବଜାରରେ କିଛି ଦିନ ତଳେ ଗୁଳିକାଣ୍ଡ ଘଟିଥିଲା | ଗୁଳିକାଣ୍ଡ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି | ଅଭିଯୁକ୍ତ ନିକଟରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ | ପଚରାଉଚୁରାରୁ ଜଣାପଡିଛି ଯେ, ପ୍ରେମ ବ୍ୟାପାରକୁ ନେଇ ଗୁଳିମାଡ ହୋଇଥିଲା | ଗତ ନଭେମ୍ବର ୨୫ରେ ବାରଙ୍ଗ ଗୋଡିସାହିରେ ଗୁଳିମାଡ ହୋଇଥିଲା | ସେହି ଗୁଳିମାଡରେ ରେଢାଖୋଲ ଅଞ୍ଚଳର ସୁନିଲ ସାହୁଙ୍କର ମୃତ୍ୟୁ ହୋଇଥିଲା | ସୁନିଲ ଶ୍ରୀ ଶ୍ରୀ ବିଶ୍ବ ବିଦ୍ୟାଳୟରେ ହଷ୍ଟେଲ ସୁପରଭାଇଜର ଭାବେ କାମ କରୁଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.