ବାରଙ୍ଗ ଗୋଡିସାହି ଗୁଳିକାଣ୍ଡ ଘଟଣାର ଖୋଲିଲା ଗୁମର, ମୁଖ୍ୟ ଅଭିଯୁକ୍ତ ଗିରଫ: ବାନ୍ଧବୀଙ୍କ ପାଇଁ ସୁନୀଲକୁ ଗୁଳିମାରି ହତ୍ୟା କରିଥିଲା ନିରଞ୍ଜନ

Published By : Prameya-News7 Bureau | December 02, 2018 IST

କଟକ୨|୧୨: ବାରଙ୍ଗ ଗୁଳିକାଣ୍ଡ ଘଟଣାରେ କମିଶନରେଟ ପୋଲିସକୁ ମିଳିଛି ସଫଳତା । ହତ୍ୟାକାଣ୍ଡ ଘଟାଇଥିବା ମୂଖ୍ୟ ଅଭିଯୁକ୍ତ ନିରଞନ ବେହେରାକୁ ପୋଲିସ ଗିରଫ କରିବା ସହ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଓ ଗୁଳିକୁ ମଧ୍ୟ ଜବତ କରିଛି ।ତେବେ ଅଭିଯୁକ୍ତ ନିରଞନର ଜଣେ ମହିଳା ବନ୍ଧୁକୁ ସୁନିଲ ସାହୁ ନିର୍ଯ୍ୟାତନା ଓ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଥିଲା । ତାର ପ୍ରିତିଶୋଧ ନେବା ପାଇଁ ନିରଂଜନ ଏହି ହତ୍ୟାକାଣ୍ଡ ଘଟାଇଥିବା କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଏହି ହତ୍ୟାକାଣ୍ଡ ପାଇଁ ଅଭିଯୁକ୍ତ ଗତ ୬ ମାସ ଆଗରୁ ଯୋଜନା କରିଥିଲା ।  ଅଭିଯୁକ୍ତକୁ ଧରିବାରେ ସହୟକ ହୋଇଥିଲା ସଂପୃକ୍ତ ମହିଳା ବାନ୍ଧବୀଙ୍କର ଏକ ଚିଠି । ଗତ ନଭେମ୍ବର ୨୫ ତାରିଖରେ ବାରଙ୍ଗ ଗୋଡି ସାହିରେ ହୋଇଥିଲା ଗୁଳିକାଣ୍ଡ । ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଅଭିଯୁକ୍ତ ନିରଞନ ବିହାରର ମୁଙ୍ଗେରରୁ ୨୫ ହଜାର ଟଙ୍କା ଦେଇ କିଣିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର । ତେବେ ୬ ମାସ ତଳୁ ହତ୍ୟାକାଣ୍ଡ ପାଇଁ ପ୍ଲଟ ତିଆରି କରିଥିଲା ଅଭିଯୁକ୍ତ ସୁନୀଲ । ଗତ ୨୫ ତାରିଖ ସୁନିଲ ନିଜେ କାର୍ଯ୍ୟକରୁଥିବା ବିଶ୍ବବିଦ୍ୟାଳୟରୁ ଗୋଡି ସାହି ଆସିଥିବା ବେଳେ ପୂର୍ବ ଯୋଜନା ମୁତାବକ ନିରଞନ ଗୋଡି ସାହି ବଜାରର ଉପରେ ତାଙ୍କୁ ଗୁଳି କରି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛି । ମୃତ ସୁନିଲ ଢେଙ୍କାନାଳରେ ଏକ ଘରୋଇ କଲେଜର ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ସେହି କେଲଜରେ କଟକର ଜଣେ ମହିଳା ଅଧ୍ୟାପକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ ।ତେବେ ସୁନିଲ ତାଙ୍କ ସହ ସମ୍ପର୍କ ରଖିବା ସହ ବହୁ ନିର୍ଯ୍ୟାତନା  ଦେଉଥିଲେ । ତା ସହ ସୁନୀଲ ମହିଳାଙ୍କଠୁ ବିଭିନ୍ନ ସମୟରେ ଟଙ୍କା ମଧ୍ୟ ଦେଉନଥିଲା । ତେବେ ଏହି ସବୁ ଘଟଣା ମହିଳା କଟକରେ ରହୁଥିବା ନିଜ ବେଳର ବନ୍ଧୁ ନିରଞ୍ଜନଙ୍କୁ ଗତ ଜାନୁଆରୀ ମାସରେ କହିଥିଲେ ।ଫଳରେ ସୁନୀଲ କାର୍ଯ୍ୟ କରୁଥିବା କଟକର ଏକ ବିଶ୍ବବିଦ୍ୟାଳୟକୁ ଚିଠି ଲେଖି ନିରଞ୍ଜନ ସବୁକିଛି ଜଣାଇବା ସହ ମଧ୍ୟସ୍ଥତା କରି ଟଙ୍କା ମଧ୍ୟ ସୁନିଲଙ୍କ ଠାରୁ ଆଣିଥିଲେ । ତେବେ ନିଜ ବାନ୍ଧବୀଙ୍କୁ ସୁନୀଲ ଦେଇଥିବା ନିର୍ଯ୍ୟାତନା ନିରଞ୍ଜନକୁ ପ୍ରତିଶୋଧ ପରାୟଣ କରିଥିଲା । ଯାହାର ପରିଣାମ ହେଉଛି ସୁନିଲକୁ ଗୁଳି କରି ହତ୍ୟା  । ତେବେ ନିରଞ୍ଜନ ବିଶ୍ବବିଦ୍ୟାଳକୁ ଦେଇଥିବା ଚିଠି ହିଁ ହତ୍ୟା କାଣ୍ଡର ରହସ୍ୟ ଖୋଲିଥିଲା ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ଅଭିଯୁକ୍ତ ନିରଞନ ଏକାକୀ ମର୍ଡର ପ୍ଲଟ କରି ହତ୍ୟା କରିବା ପରେ କଟକରେ ହିଁ ରହିଥିଲା । ଯେହେତୁ ଅନ୍ୟ କେହି ଏହି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ପାଇ ନଥିଲେ ,ତେଣୁ ନରଞନ ବେଧଡକ ଭାବେ କଟକରେ ରହି କାମ କରୁଥିବାରୁ ପୋଲିସ ଏହି ଘଟଣାରେ ଗୁମର ଖୋଲିବାରେ ୮ ଦିନ ସମୟ ଲାଗିଥିବା  ସାମ୍ବାଦିକ ସମ୍ମିଳନୀରେ ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.