ପ୍ରେମ ପାଇଁ ହତ୍ୟା : ବରମୁଣ୍ଡା ଶିବ ଗୌଡ଼ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | March 05, 2019 IST

ଭୁବନେଶ୍ୱର ୫/୩ : ଭୁବନେଶ୍ୱର ଖଣ୍ଡଗିରି ଥାନା ତପୋବନ ବସ୍ତିର ଶିବ ଗୌଡ଼ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି | ମୁଖ୍ୟ ଅଭିଯୁକ୍ତ ଅପୁ ସମେତ ୭ ଜଣଙ୍କୁ ଗିରଫ କରିଚୀୟ ଖଣ୍ଡଗିରି ଥାନା ପୋଲିସ | ଗତ ଶନିବାର ସନ୍ଧ୍ୟାରେ ଶିବ ନିଜ ସାଙ୍ଗ ନେନ୍ଦୁ ସହିତ ଘରୁ ବାହାରି ବରମୁଣ୍ଡା ଆଡକୁ ବାଇକ ଯୋଗେ ଯାଉଥିଲେ | ବରମୁଣ୍ଡା ଓଭରବ୍ରିଜ ତଳେ ୮ରୁ ୧୦ ଜଣ ଯୁବକ ତାଙ୍କୁ ଅଟକାଇ ନିରଧୂମ ମାଡ ମାରିଥିଲେ | ଏଥିସହ ଶିବ ପେଟରେ ଏକ ଚାବି ଭୁସି ଦେଇଥିଲେ | ଏଥିରେ ଶିବର ମୃତ୍ୟୁ ହୋଇଥିଲା | ପ୍ରେମ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି |


ଡିସିପି ଅନୁପ ସାହୁଙ୍କ ସୂଚନା ଅନୁଯାୟୀ, ଗିରଫ ଯୁବକଙ୍କ ମଧ୍ୟରେ ଅନେକ ନାବାଳକ ଅଛନ୍ତି |ପୋଲିସ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ସହ ଅଧିକ ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.