Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ବାଙ୍କୀ ଡବଲ୍ ମର୍ଡର ଘଟଣା : ମୁଖ୍ୟ ଅଭିଯୁକ୍ତ ଭ୍ରମରବର ପ୍ରଧାନ ଗିରଫ

18/03/2020 at 12:41 PM

ବାଙ୍କୀ ୧୮।୩: ବାଙ୍କୀ ଖଜୁରୀପଦା ନୂଆଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭ୍ରମରବର ପ୍ରଧାନ ଗିରଫ । କଟକ ରେଲଓ୍ବେ ଷ୍ଟେସନରୁ ପୋଲିସ ତାଙ୍କୁ ଗିରଫ କରିଛି । ଫଳରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସ ୧୫ ତାରିଖ ଦିନ ଦ୍ବିପ୍ରହରରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ବାଙ୍କୀ ଥାନା ଜୋକଲାଞ୍ଜିଠାରେ ସଂଘବଦ୍ଧ ଭାବେ ଆକ୍ରମଣରେ ଖଜୁରୀପଦାର ଭଗବାନ ସ୍ବାଇଁ ଓ ସାମ୍ବାଦିକ ଆଦିତ୍ୟ କୁମାର ରଣସିଂଙ୍କ ମୃତ୍ୟୁ ହୋଇଥିଲା ।

ଘଟଣାକୁ ଏକ ମାସରୁ ଅଧିକ ହୋଇଯାଇଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ମଙ୍ଗଳବାର ଦିନ ଦୁଇ ଜଣ ଗିରଫ ହୋଇଥିବାବେଳେ ଏପର୍ଯ୍ୟନ୍ତ ମୋଟ୍ ୧୧ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଧରିବାକୁ ପ୍ରୟାସ ଜାରି ରହିଛି ବୋଲି ବାଙ୍କୀ ଏସଡିପିଓ କହିଛନ୍ତି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ମୋଟ୍ ୨୦ ଜଣଙ୍କ ନାଁରେ ଅଭିଯୋଗ ରହିଛି ।

   Related Posts