କୋଚିଳା ନଦୀପଠାରୁ ଉଦ୍ଧାର ଯୁବତୀଙ୍କ ମୃତ୍ୟୁ ଘଟଣା : ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ସେକ୍ ନନ୍
13/11/2019 at 5:28 PM

ଚାନ୍ଦବାଲି ୧୩।୧୧: ଭଦ୍ରକ ଜିଲ୍ଲା କୋଚିଳା ନଦୀପଠାରୁ ଉଦ୍ଧାର ଯୁବତୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ ହେଉଛି ସେକ୍ ନନ୍ । ଧାମନଗର ପୋଲିସ ମୁଖ୍ୟ ଅଭିଯୁକ୍ତ ସେକ୍ ନନ୍ କୁ ଗିରଫ ପରେ ଯାଜପୁର ଜିଲ୍ଲା ମଙ୍ଗଳପୁର ପୋଲିସକୁ ହସ୍ତାନ୍ତର କରିଛି ।
ଚଳିତ ମାସ ୨ ତାରିଖ ଦିନ ନାବାଳିକାଙ୍କୁ ଦୁଇ ଜଣ ଯୁବକ ମୁମୂର୍ଷୁ ଅବସ୍ଥାରେ ଆଣି ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ପଳାଇଯାଇଥିଲେ । ୩ ତାରିଖ ଦିନ ଯୁବତୀଙ୍କର କଟକ ବଡ ମେଡିକାଲରେ ମୃତ୍ୟୁ ହୋଇଥିଲା । ପୂର୍ବରୁ ଧାମନଗର ପୋଲିସ ଓ ମଙ୍ଗଳପୁର ପୋଲିସ ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା ।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021