ତାଳସାରୀରେ ଯୁବତୀଙ୍କ ଭିଡିଓ ଭାଇରାଲ୍ ଘଟଣା : ମୁଖ୍ୟ ଅଭିଯୁକ୍ତ ଅଶୋକ ମଣ୍ଡଳ ଗିରଫ

Published By : Prameya-News7 Bureau | August 14, 2019 IST

ଜଳେଶ୍ବର ୧୪|୮: ବାଲେଶ୍ବର ଜିଲ୍ଲା ତାଳସାରୀରେ ଯୁବତୀଙ୍କ ଭିଡିଓ ଭାଇରାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ଅଶୋକ ମଣ୍ଡଳକୁ ଗିରଫ କରିଛି ପୋଲିସ । ଗତ ୪ ଦିନ ହେଲା ଅଶୋକକୁ ପୋଲିସ ଥାନାରେ ଅଟକ ରଖିଥିଲା ଏବଂ ଆଜି ଅଶୋକକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଅଶୋକର ଘର ମେରାଇନ୍ ଥାନା ବିନ୍ଧାପଦ୍ମପୁର ଗାଁରେ ବୋଲି ଜଣାପଡିଛି । ଏହି ଘଟଣାରେ ଅନ୍ୟ ୨ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି ।

{"id":144179}

ସୂଚନାଯୋଗ୍ୟ ଯେ, ଜଣେ ଯୁବତୀଙ୍କୁ ଅସଦାଚରଣ କରି ୩ ଜଣ ଯୁବକ ଭିଡିଓ ଭାଇରାଲ କରିଥିଲେ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ତାଳସାରୀରେ କଲେଜ ଛାତ୍ର ଓ ଛାତ୍ରୀ ବେଳାଭୂମୀରେ ବାଇକ୍ ଚଳାଉଥିବା ନିଶାଶକ୍ତ ଯୁବକମାନଙ୍କ ଦ୍ବାରା ନିର୍ଯ।ତିତ ହୋଇଥିଲେ । ସେମାନଙ୍କୁ ୩ ଜଣ ବାଇକ୍ ଚାଳକ ପ୍ରବଳ ମାଡ ମାରିବା ସହ ଜୋରଜବରଦସ୍ତ ଅଶ୍ଳୀଳ ଭିଡିଓ ସୁଟିଂ କରି ତାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଯୁବକମାନେ ଭିଡିଓ ସୁଟିଂ ପରେ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ମଧ୍ୟ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.