ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | September 13, 2021 IST

ଭୁବନେଶ୍ୱର ୧୩/୦୯: ଭୁବନେଶ୍ୱର ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ କୀର୍ତ୍ତି କ୍ରିପାଠୀ ଗିରଫ କଲା ପୋଲିସ । ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରୁ କୀର୍ତ୍ତିକୁ ଗିରଫ କଲା ଶହିଦନଗର ଥାନା ପୋଲିସ । କୋରଡକଣ୍ଟାରେ ଥିବା କୃପା ଫାଉଣ୍ଡେସନ ନିବାରଣ କେନ୍ଦ୍ରର ମୁଖ୍ୟ ଥିଲେ କୀର୍ତ୍ତି ତ୍ରିପାଠୀ ।

ଗତ ଜୁନ ମାସ ୯ ତାରିଖରେ ତ୍ରିନାଥ ନାମକ ଯୁବକକୁ ନିଶା ନିବାରଣ କେନ୍ଦ୍ରରେ ହତ୍ୟା କରାଯାଇଥିଲା । ଏହାପରେ ପୋଲିସ ଘଟଣାର ତଦନ୍ତ କରୁଥିଲା । ଫଳରେ ଏବେ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.