୬ ମାସରେ ହରାଇଲେଣି ୯ ହଜାର କୋଟି ଟଙ୍କା, ସିନେମା ହଲ ଖୋଲିବାକୁ ମଲ୍ଟିପ୍ଲେକ୍ସ ଆସୋସିଏସନର ଦାବି

Published By : Prameya-News7 Bureau | September 16, 2020 IST

ମୁମ୍ବାଇ ୧୬।୯: ଦେଶରେ ସିନେମା ହଲ ଖୋଲିବ ଲାଗି ମଲ୍ଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ (ଏମଏଆଇ) ବୁଧବାର କେନ୍ଦ୍ର ସରକାରଙ୍କୁ ନିବେଦନ କରିଛି। ସିନେମା ପ୍ରଦର୍ଶନ ସଂସ୍ଥାଙ୍କ ଅନୁସାରେ କରୋନା ଭାଇରସ ମହାମାରୀ ଲାଗି ୬ ମାସରେ ଉଦ୍ୟୋଗ ହାରାହାରି ୯ ହଜାର କୋଟି ଟଙ୍କାର କ୍ଷତିରେ ପଡିଛି। ଏହି କ୍ଷେତ୍ର ସିଧାଶଳଖ ଦୁଇ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି। ଏମିତିରେ ଲକ୍ଷଲକ୍ଷ ଲୋକେ ପରୋକ୍ଷରେ ସଂସ୍ଥା ଯୋଗୁ କର୍ମନିୟୋଜନ ପାଇଥିବା ସଂଘ ସରକାରଙ୍କୁ ଜଣାଇଛନ୍ତି।

{"id":330516,"sizeSlug":"large"}

ପିଭିଆର, ଆଇନକ୍ସ ଓ ସିନେପୋଲିସ ସମେତ ସମସ୍ତ ମଲ୍ଟିପ୍ଲେକ୍ସ ଶୃଙ୍ଖଳଙ୍କ ପ୍ରତିନିଧିତ୍ୱ କରୁଥିବା ଏହି ସଂଘ କହିଛି ଯେ ଆର୍ଥିକ ଦୃଷ୍ଟିରୁ ପ୍ରେକ୍ଷାଳୟ ମାଲିକ ଓ କର୍ମଚାରୀମାନେ ଘୋର ଦୁର୍ଦ୍ଦିନ ମଧ୍ୟ ଦେଇ ଗତି କରୁଛନ୍ତି। ଏବେ କେବଳ ଆନୁଷ୍ଠାନିକ ଚାକିରୀ ଛଟେଇ ନୋଟିସ୍‌କୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଏମଏଆଇଙ୍କ ଅନୁଯାୟୀ ଦୀର୍ଘ ୬ ମାସ ହେଲା ଦେଶରେ ଅନୁନ୍ୟ ୧୦ ହଜାର ସିନେମା ପରଦା ବନ୍ଦ ରହିଛି।

{"id":330520,"width":575,"height":431,"sizeSlug":"large"}

କେବଳ ଏମଏଆଇ ନୁହନ୍ତି ହିନ୍ଦୀ ଚଳଚିତ୍ର ଉଦ୍ୟୋଗର ଅନେକ କଳାକାର ମଧ୍ୟ ଆଗକୁ ଆସି ସରକାରଙ୍କୁ ପୁଣି ଥରେ ପ୍ରେକ୍ଷାଳୟରେ ସିନେମା ପ୍ରଦର୍ଶନ ନିମନ୍ତେ ଅନୁମତି ପ୍ରଦାନ ଲାଗି ନିବେଦନ କରିଛନ୍ତି। ‘ଅନଲକ୍ ସିନେମା ହଲସ୍‌ ସେଭ ଜବସ୍’ ହାସ୍‌ ଟ୍ୟାଗ୍‌ରେ ବଲିଉଡ୍ କଳାକାର ଓ ଉଦ୍ୟୋଗ ସହ ଜଡିତ ଲୋକେ ସିନେମା ହଲ ଖୋଲିବା ଲାଗି ସରକାରଙ୍କୁ ନିବେଦନ କରିଛନ୍ତି।

wp:html /wp:html

ଫିଲ୍ମ ଅଭିନେତା ମନୋଜ ବାଜପେୟୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏମଏଆଇଙ୍କୁ ସମର୍ଥନ ଜଣାଇଥିବା ବେଳେ ‘ବଡ ପରଦାରେ ଚଳଚିତ୍ରର ସ୍ୱପ୍ନ ଜୀବିନ୍ତ ହୁଏ’ ବୋଲି ଉଲ୍ଲେଖ କରିଛନ୍ତି। ‘ପରଦା ପଛର ଲକ୍ଷଲକ୍ଷ ଲୋକେ ଏହାକୁ ସାକାର କରନ୍ତି’ଯେଉଁମାନଙ୍କ ଚାକିରୀ ଏବେ ବିପଦରେ ପଡିଯାଇଛି। ସେମାନେ ସିନେମା ହଲ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ ନାହିଁ ବୋଲି ମଧ୍ୟ ବାଜପେୟୀ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

wp:html /wp:html

କେବଳ ମନୋଜ ବାଜପେୟୀ ନୁହନ୍ତି ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ଚଳଚିତ୍ର ସମୀକ୍ଷକ ତାରନ୍ ଆଦର୍ଶ, ଧରମ ପ୍ରଡକ୍ସନ ସମେତ ହିନ୍ଦୀ ଚଳଚିତ୍ର ଉଦ୍ୟୋଗର ଅନେକ ଲୋକେ ଟ୍ୱିଟ୍‌ରେ ଏମଏଆଇଙ୍କ ନିବେଦନକୁ ସମର୍ଥନ କରିଛନ୍ତି। ଚଳଚିତ୍ର ଉଦ୍ୟୋଗ କହିଛି ଯେ ସରକାର ଅନଲକ୍ ୪ରେ ମଲ୍, ଏୟାରଲାଇନ୍ସ, ଜିମ୍‌, ମେଟ୍ରୋ, ବାର, ରେଷ୍ଟୋରାଣ୍ଟ ସମେତ ପ୍ରାୟ ସମସ୍ତ ସେବାକୁ ପୁଣି ଥରେ ଉନ୍ମୁକ୍ତ କରିଦେଇଛନ୍ତି। ହେଲେ ଏଥିରେ ସିନେମା ହଲମାନଙ୍କୁ ବାଦ ଦିଆଯାଇଛି। ଯଦି ସରକାର ଏଥିଲାଗି ସମ୍ମତି ଦିଅନ୍ତି ତେବେ ସରକାରଙ୍କ ପ୍ରୋଟକଲ ସମ୍ପୂର୍ଣ୍ଣ ପାଳନ ହେବ ବୋଲି ଏଥିରେ ଏମଏଆଇ ପ୍ରତିଶ୍ରୁତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.