Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାପାଙ୍କ ସହ ବହି କିଣିବାକୁ ବଜାର ଯାଇଥିଲା ଝିଅ, ଛୋଟ ଝିଅର ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ୍, ମଦୁଆ ଡ୍ରାଇଭର ଫେରାର୍..

ସହସପୁର୧୭/୧: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୧୨ ବର୍ଷର ଛୋଟ ଝିର ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ। ବାପାଙ୍କ ସହ ବହି ଆଣିବାକୁ ମହାବିଶ୍ ବଜାର ଯାଇଥିଲା। ଦୁନିଆ ଦେଖିବାକୁ ଆଗରୁ ରାସ୍ତାରେ ଆଖି ବୁଜିଦେଲା ମହାବିଶ୍‌। ଛୋଟ ଝିଅର ମୃତ୍ୟୁ ଖବର ଶୁଣି ଏବେ ଘରେ କାନ୍ଦବୋବାଳି ପଡ଼ିଛି। ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର୍‌ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଟ୍ରକକୁ ଜବତ କରିଛି।

ପୋଲିସ୍ ସୂଚନା ଅନୁସାରେ ଲକ୍ଷ୍ମୀଥାନା ଅଞ୍ଚଳର ସହସପୁର ଗ୍ରାମର ଅଫଜଲ୍‌ଙ୍କ ଝିଅ ହେଉଛନ୍ତି ମୃତା ମହାବିଶ୍। ବାପାଙ୍କ ସହ ବହି କିଣିବା ପାଇଁ ଯାଇଥିବା ଛୋଟ ଝିଅ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ହଠାତ୍ ଗୋଟିଏ ଟ୍ରକ ଦ୍ରୁତଗତିରେ ଆସି ଛୋଟ ଝିଅର ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ମଦୁଆ ଟ୍ରକ ଡ୍ରାଇଭର ଏବେ ଫେରାର ଅଛି।

   Related Posts