ଅବକାରୀ ବିଭାଗର ଚଢାଉ : ବିପୁଳ ପରିମାଣର ମହୁଲି ମଦ ଜବତ, ୧୦ ଗିରଫ

Published By : Prameya-News7 Bureau | September 02, 2020 IST

ପାଟଣା ୦୨।୦୯: ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ମହୁଲି ମଦ ଜବତ । ଏହାସହିତ ୧୦ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି ।

 ସୂଚନାଯୋଗ୍ୟ ଯେ, ଅଞ୍ଚଳରେ ବ୍ୟାପକ ପରିମାଣର ମହୁଲି ମଦ ପ୍ରସ୍ତୁତ ହେଉଛି ବୋଲି ଅବକାରୀ ବିଭାଗକୁ ଖବର ମିଳିଥିଲା । ଏହାପରେ ଅବକାରୀ ବିଭାଗ ଏକ ଟିମ୍‌ ପ୍ରସ୍ତୁତ କରି ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ମହୁଲି ମଦ ସହ ମଦ ରନ୍ଧା ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏହାସହିତ ମହୁଲି ପୋଚ ନଷ୍ଟ କରାଯାଇଛି ।

 ଘଟଣାରେ ୧୦ ଜଣଙ୍କୁ  ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।  ଗିରଫ ବ୍ୟକ୍ତି ହେଲେ ଟାଙ୍ଗରରପଡା ଗାଁ ସୁନା ନାଏକ, କେନ୍ଦୁଆପଡା ଗାଁର ବ୍ରହ୍ମାନନ୍ଦ ମହାନ୍ତ, ନୂଆପଡା ଗାଁର କ୍ଷୀରୋଦ ମହାନ୍ତ ଓ ଗୌରୀଶଙ୍କର ମହାନ୍ତ, ଶଙ୍ଖୁଆ ଗାଁର ଦେଓଲା ଟୁଡୁ ଓ ପରେଶ କୁମାର ମାଝୀ, ଜାରକିନାଳି ଗାଁର ପାନ ମାଝୀ, ଚୁନୁ ସାହିର ଗଙ୍ଗା ମାଝୀ , ବାଇଧର ମାଝୀ ଏବଂ  କେନ୍ଦେଇପଶି ଗାଁର ଶରତ ସେଠୀ  । ଶରତଙ୍କ ନିକଟରୁ ଏକ ଗାଡି ଜବତ କରାଯାଇଛି। ବେଆଇନ ମଦ ବିକ୍ରି ଅଭିଯୋଗରେ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.