ଝାଳବୁହା ପରିଶ୍ରମ କରି ବି ମହୁଲ ଗୋଟାଳିଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ

Published By : Prameya-News7 Bureau | April 26, 2019 IST

ଭବାନୀପାଟଣା/ଫୁଲବଣୀ ୨୬|୪: ଝାଳବୁହା ପରିଶ୍ରମ କରିବି ମହୁଲ ଗୋଟାଳିଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ । ଖରାତାତିକୁ ଖାତିର ନକରି କନ୍ଧମାଳର ଆଦିବାସୀ ମହିଳାମାନେ ପ୍ରତିଦିନ ସକାଳ ହେଲେ ବାହାରି ପଡୁଛନ୍ତି ମହୁଲ ସଂଗ୍ରହରେ । ହେଲେ ମହୁଲଫୁଲର ଦାମ ଚଳିତବର୍ଷ କମ୍ ରହିଛି । ଯାହା ମହୁଲ ଗୋଟାଳିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

{"id":107687}

ସକାଳୁ ସକାଳୁ ଆଦିବାସୀ ମହିଳା ମାନେ ହାତରେ ଟୋକେଇ ଧରି ଜଙ୍ଗଲକୁ ବାହାରି ପଡନ୍ତି ମହୁଲ ସଂଗ୍ରହ ପାଇଁ । କେହି କେହି ସାଙ୍ଗରେ କୁନି କୁନି ପିଲାଙ୍କୁବି ନେଇ ଯାଇଥାନ୍ତି । ଅଧିକା ମହୁଲ ସଂଗ୍ରହ କଲେ ଅଧିକ ଦି ପଇସା ରୋଜଗାର ହୋଇପାରିବ। ଚଳିତ ବର୍ଷ ମାତ୍ର ମହୁଲ କିଲୋ ପିଛା ମାତ୍ର ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଛି ।

{"id":107688}

ଜଣେ ମହିଳା ଅତିବେଶିରେ ଦିନକୁ ୫ କେଜିରୁ ୧୦ କେଜି ମଧ୍ୟରେ ମହୁଲ ଗୋଟାଇଥାନ୍ତି। ହେଲେ ଶୁଖିଗଲେ ୫୦ ଭାଗ ଓଜନ କମିଯାଏ। ଆଉ ଖୁବ କମ୍ ଟଙ୍କା ପାଇପାରନ୍ତି ମହୁଲ ସଂଗ୍ରହକାରୀ ।

{"id":107689}

 ଜଙ୍ଗଲରୁ ମହୁଲ ଫୁଲ ଆଣିବା ପରେ ତାକୁ  ଖରାରେ ଶୁଖାଯାଏ । ପୁରା ଶୁଖିଗଲା ପରେ ବିକ୍ରି ପାଇଁ ଯାଏ । ମହୁଲ ଫୁଲରେ ଆଦିବାସୀ ଲୋକେ ପିଠା ପ୍ରସ୍ତୁତ କରୁଥିବା ବେଳେ ଗୋଖାଦ୍ୟ ପ୍ରସ୍ତୁତରେ ମଧ୍ୟ ଏହା ବ୍ୟବହାର ହୁଏ। ତେବେ କମ୍ ଟଙ୍କା ପାଇଲେ ବି ମହୁଲ ଗୋଟାଇବା ଲାଗି ଆଦିବାସୀ ମାନେ ବେଶ୍ ଆଗ୍ରହ ପ୍ରକାଶ କରିଥାନ୍ତି।

{"id":107690}

ମହୁଲ ଗୋଟାଇ ଯାହା କିଛି ପାରିଶ୍ରମିକ ପାଆନ୍ତି ସେଥିରେ ପରିବାରର ବୋଝ କିଛିଟା ହାଲକା ହୋଇଯାଏ । ହେଲେ ଚଳିତ ଥର ମହୁଲଫୁଲ ଦର କମ ଥିବାରୁ ଚିନ୍ତାରେ ପଡିଛନ୍ତି ମହୁଲ ତୋଳାଳୀ ।

{"id":107691}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.