Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ

20/04/2021 at 9:59 AM

ତେଲକୋଇ, ୨୦/୦୪:ବେଆଇନ ଭାବେ  ଚାଲାଣ ହେଉଥିବା ଏକ  ମହୁଲ ବୋଝେଇ ମିନି ଟ୍ରକକୁ ଜବତ କରିଛି ତେଲକୋଇ ପୋଲିସ । ସୋମବାର ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ଖବର ପାଇ ପୋଲିସ ସଦଳେବଳେ ତେଲକୋଇ ଥାନା ଅନ୍ତର୍ଗତ କୁଳଙ୍ଗ ଗାଁରେ ଚଢଉ କରିଥିଲା ।

ଚଢଉ ବେଳେ ମହୁଲ ବୋଝେଇ ହୋଇଥିବା ଏକ ଟ୍ରକ କୁ ଜବତ କରିଥିଲା । ଟ୍ରକରେ ୪୦ କ୍ବିଣ୍ଟାଲ ମହୁଲ ଚୋରାରେ କେନ୍ଦୁଝର ଜିଲ୍ଲାରୁ ଢେ଼ଙ୍କାନାଳ ଜିଲ୍ଲାର କାମାକ୍ଷାନଗରକୁ ଚାଲାଣ ପାଇଁ ସଜବାଜ ହେଉଥିବା ବେଳେ ମାଡି ବସିଥିଲା ପୋଲିସ । ମହୁଲ ଚାଲାଣକାରୀଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

କେନ୍ଦୁଝର ଜିଲ୍ଲାରେ ମହୁଲ ପାଇଁ ଲାଇସେନ୍ସ ଦିଆ ଯାଇ ନଥିବା ବେଳେ ପଡୋଶୀ ଢେଙ୍କାନାଳ ଜିଲ୍ଲାର ମହୁଲ ମାଫିଆଙ୍କ ନଜର ଏବେ ଏ ଅଞ୍ଚଳରେ ପଡିଛି । ଆଦିବାସୀ ଲୋକଙ୍କଠାରୁ କମ୍ ଦାମରେ ଚୋରାରେ ମହୁଲ ନେଇ ଚଢା ଦରରେ ବିକି ମାଲାମାଲ ହେଉଛନ୍ତି ମହୁଲ ମାଫିଆ । ସେପଟେ ଚୋରା ଚାଲାଣ ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ମଧ୍ୟ କ୍ଷତି ହେଉଛି ।

   Related Posts