ତିନି କ୍ବିଣ୍ଟାଲ ଚୋରା ମହୁଲ ଜବତ : ଜଣେ ଗିରଫ
5/11/2019 at 3:12 PM

ସୁନ୍ଦରଗଡ଼ ୦୫।୧୧: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଅଞ୍ଚଳରୁ ଚଢାଉ କରି ବିପୁଳ ପରିମାଣର ମହୁଲ ଜବତ କରିଛି । ମହୁଲ ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲାର କୁତ୍ରା ଅଂଚଳରେ ବ୍ୟାପକ ପରିମାଣରେ ଚୋରା ମହୁଲ କାରବାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଉଥିଲା । ଆଜି ଅବକାରୀୀ ବିଭାଗ ଓ ପୋଲିସର ମିଳିତ ଚଢାଉ କରି କୁତ୍ରା ଗାଁରୁ ଜଣେ ବ୍ୟବସାୟୀଙ୍କୁ ଗିରଫ ସହ ବିପୁଳ ପରିମାଣର ମହୁଲ ଜବତ କରିଛି । ଚଢାଉ ସମୟରେ ସନ୍ତୋଷ ଘରୁ ପ୍ରାୟ ତିନି କ୍ବିଣ୍ଟାଲ ମହୁଲ ଜବତ କରାଯାଇଛି । ଚୋରା ମହୁଲ କାରାବାର ଅଭିଯୋଗରେ ସନ୍ତୋଷ ନାମକ ଜଣେ ବେପାରୀଙ୍କୁ ଗିରଫ କରିଛି ପୋଲିସ ।
Related Posts
ବଲାଙ୍ଗୀର: ଯୌତୁକ ପାଇଁ ନବ ବଧୂଙ୍କୁ ହତ୍ୟା ଅଭିଯୋଗ
25 January 2021