ପର୍ଯ୍ୟଟନସ୍ଥଳୀରେ ବିକାଶ ଓ ପ୍ରଚାର ପ୍ରସାର ପାଇଁ ଡୁଡୁମା ଜଳ ପ୍ରପାତରୁ ଆରମ୍ଭ ପରବ ଲୋକ ମହୋତ୍ସବ

Published By : Prameya-News7 Bureau | October 17, 2019 IST

କୋରାପୁଟ ୧୭।୧୦ - ଚଳିତ ମାସ ୨୦ତାରିଖରୁ ଆରମ୍ଭ ହେବାକୁ ଯାଉଛି କୋରାପୁଟ ଜିଲ୍ଲା ଲୋକ ମହେ।ତ୍ସବ ପରବ । ଲମତାପୁଟର ଐତିହାସିକ ଡୁଡୁମା ଜଳ ପ୍ରପାତରୁ ପରବ ଆରମ୍ଭ ନେଇ ଅଞ୍ଚଳ ବାସୀଙ୍କ ଖୁସି କହିଲେ ନସରେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୁକାୟିତ ପ୍ରତିଭାଙ୍କୁ ସୁଯୋଗ ଦେବା ଓ ଆଦିବାସୀଙ୍କ ପରମ୍ପରାକୁ ବଜାୟ ରଖିବା ଏହାର ମୂଳ ଲକ୍ଷ୍ୟ ।

{"id":171137,"width":587,"height":443}

କେ।ରାପୁଟ ଜିଲ୍ଲାର ପ୍ରସିଦ୍ଧ ଡୁଡୁମା ଜଳ ପ୍ରପାତ । ଘଞ୍ଚ ସବୁଜ ଜଙ୍ଗଲ ଭିତରେ ମନେ।ରମ ସୌନ୍ଦର୍ଯ୍ୟରେ ଭରପୁର ଏହି ଜଳ ପ୍ରପାତ । ୫୫୦ଫୁଟ୍ ତଳକୁ ଖସୁଥିବା ଝରଣା ସମସ୍ତଙ୍କ ମନ ମେ।ହିଥାଏ । ପ୍ରକୃତିର ମନଲେ।ଭା ଫୁଲ ବଗିଚା, ଡୁଡୁମାର ସୗନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ । ଦୁଇ ପାର୍ଶ୍ଵରେ ଥିବା ନଭଶ୍ଚମ୍ଭୀ ପର୍ବତ ମଝିରେ ବୋହିଯାଉଛି ଡୁଡୁମା ଜଳ ପ୍ରପାତ । ଯାହାକୁ ଦେଖିବାକୁ ଧାଇଁଆସନ୍ତି ପର୍ଯ୍ୟଟକ । ତେବେ ଚଳିତ ଥର ପ୍ରକୃତିର ବରଦାନ ଡୁଡୁମା ଜଳପ୍ରପାତରେ ଆୟେ।ଜିତ ହେବାକୁ ଯାଉଛି କେ।ରାପୁଟ ଜିଲ୍ଲା ଲେ।କ ମହେ।ତ୍ସବ ପରବ । ପରବ ଜରିଆରେ ଡୁଡୁମାର ବିକାଶ ଓ ପ୍ରଚାର ପ୍ରସାର କରିବାକୁ ଲକ୍ଷ୍ୟ ରଖିଛନ୍ତି ଆୟେ।ଜକ । ପ୍ରଥମ ଥର ପାଇଁ ଡୁଡୁମା ପାଦଦେଶରେ ପରବର ଶୁଭ ଆରମ୍ଭ କରାଯାଉଥିବାରୁ ବ୍ୟାପକ ବନ୍ଦୋବସ୍ତ କରିବାକୁ ବୈଠକରେ ଆଲୋଚନା କରାଯାଇଛି ।

{"id":171138}

ବର୍ଷ ତମାମ ଡୁଡୁମାରେ ପର୍ଯ୍ୟଟକଙ୍କ ଭିଡ ଜମେ । ନଭେମ୍ବରରରୁ ଫେବୃଆରୀ ଯାଏ ଡୁଡୁମା ଅଧିକ ପର୍ଯ୍ୟଟକ ଆସିଥାଆନ୍ତି । କିନ୍ତୁ ଆଜି ଯାଏ ଜଳପ୍ରପାତର ପର୍ଯ୍ୟଟନର ବିକାଶ ପାଇଁ କୌଣସି ଆଖିଦୃଶିଆ ଓ ଉନ୍ନତିମୂଳକ କାର୍ଯ୍ୟ ହେ।ଇନାହିଁ । ଏବେ ଏଠାରରେ ପର୍ଯ୍ୟଟନର ବିକାଶ ଓ ଉନ୍ନୟନ କାର୍ଯ୍ୟ ପାଇଁ ଅଢେଇ କୋଟି ଟଙ୍କା ଅନୁଦାନ ଆସିଛି । ପରବ ମାଧ୍ୟମରେ ଡୁଡୁମାର ସୌନ୍ଦର୍ଯ୍ୟ ସମସ୍ତେ ଉପଭୋଗ କରି ପାରିବେ । ଏହା ସହ ଡୁଡୁମାର ରୂପରେଖ ବଦଳିବ । ତେବେ ଏଠାରୁ ପରବର ଶୁଭାରମ୍ଭ ହେବା ଦ୍ଵାରା ସାରା ଭାରତ ବର୍ଷରେ ପରିଚିତ ହେବ ଏହି ପର୍ଯ୍ୟଟନ ସ୍ଥଳୀ ।

{"id":171139}

ଡୁଡୁମାରେ ପରବକୁ ନେଇ ଗର୍ବିତ ଥିବା ବେଳେ ପରବ ଜରିଆରେ ଡୁଡୁମା ପର୍ଯ୍ୟଟନ ସ୍ଥଳୀର ବିକାଶମୂଳକ କାର୍ଯ୍ୟ ହେବ ନେଇ ଆଶାବାନ୍ଧିଛନ୍ତି ଅଞ୍ଚଳ ବାସୀ ।

{"id":171140}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.