Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସୁଲିଆ ଯାତ୍ରା ପାଳିତ ହେବ : ହେବନି ମହୋତ୍ସବ, ବସିବନି ଦୋକାନ ବଜାର

15/01/2021 at 5:09 PM

ବଲାଙ୍ଗୀର ୧୫।୧: କୋଭିଡ୍ କଟକଣା ଭିତରେ ପଡିବ ବଳି । ପୁଣି ଥରେ ହଜାର ହଜାର ପଶୁପକ୍ଷୀଙ୍କ ଲାଲ ରକ୍ତରେ ଭିଜିବ ସୁଲିଆ ପୀଠ । ପରମ୍ପରା ଅନୁସାରେ ଆସନ୍ତା ୧୯ ତାରିଖରେ ବଲାଙ୍ଗୀରର ପ୍ରସିଦ୍ଧ ଆଦିବାସୀଙ୍କ ପାରମ୍ପରିକ ଯାତ୍ରା ସୁଲିଆ ଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ୧୯ ତାରିଖରେ ସକାଳୁ ଦେଓଗାଁ ବ୍ଲକ୍ ମୁକୁନ୍ଦପୁର ପଞ୍ଚାୟତର ଖଇରଗୁଡା ଗାଁରେ ପ୍ରତିବର୍ଷ ଭଳି ପାଳିତ ହେବ ସୁଲିଆ ଯାତ୍ରା । ଏହି ଗାଁର ବଡ ଖଳା ଓ ସାନ ଖଳାଠାରେ ପ୍ରଥମେ ପୂଜାର୍ଚ୍ଚନା ସହ ପରେ ପଡିବ ବଳି । ସକାଳୁ ଦେବତାଙ୍କୁ ଆବାହନ କରାଯିବା ସହ ପୂଜାର୍ଚ୍ଚନା କରାଯାଇଥାଏ ।

ମଣିଷ ଦେହରେ ଦେବତା ପ୍ରବେଶ କରିବା ପରେ ପ୍ରଥମେ ଗୋଟିଏ ଧଳା ଗଞ୍ଜା କୁକୁଡା ବଳି ଦିଆଯାଇଥାଏ । ପରେ ପୂଜାର ମୁଖ୍ୟ ପାଟ ଭୂକା ଆସିବା ପରେ ତାକୁ ବଳି ଦିଆଯାଇଥାଏ । ଏହିଠାରୁ ଆରମ୍ଭ ହୋଇଥାଏ ବଳି । ବଲାଙ୍ଗୀର ଜିଲ୍ଲା ସହ କଳାହାଣ୍ଡି, ବରଗଡ, ସମ୍ବଲପୁର, ମାଲକାନଗିରି, କୋରାପୁଟ, ଝାରସୁଗୁଡା, ରାଉରକେଲା  ସହ ପଡୋସୀ ରାଜ୍ୟ ଛତିଶଗଡରୁ ମଧ୍ୟ ଭକ୍ତ ଏଠାକୁ ଆସିଥାନ୍ତି ତାଙ୍କ ମାନସିକ ନେଇ ଓ ବିଭିନ୍ନ ପଶୁ ପକ୍ଷୀଙ୍କୁ ମାନସିକ ପୁରଣ ହେବାପରେ ବଳି ଦେବାକୁ ।

ସୁଲିଆ ଯାତ୍ରା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ସୁଲିଆ ଯାତ୍ରାକୁ ନେଇ ବୈଠକ ଶେଷ ହୋଇଛି । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସୁଲିଆ ପୂଜା କମିଟି ସହ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ହୋଇଛି ବୈଠକ । ତେବେ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ସୁଲିଆ ଯାତ୍ରା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ବିଭିନ୍ନ ବିଭାଗ ଦ୍ବାରା ଯୋଗାଇ ଦେବା ସହ କିଭଳି ଭାବରେ କରୋନା କଟକଣାକୁ ଦୃଷ୍ଟିରେ ରଖି ପାଳନ କରି ଯାତ୍ରା ହେବ ସେ ନେଇ କରାଯାଇଛି ନିଷ୍ପତ୍ତି । 

ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଲୋକଙ୍କୁ ସୋସିଆଲ ଡିଷ୍ଟାନ୍ସ ସହ ମାସ୍କ ଓ ସାନିଟାଇଜର ନିୟମ ପାଳନ କରାଯାଇ ଯାତ୍ରା କରାଯିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଯାତ୍ରାରେ ବିଭିନ୍ନ ଦୋକାନ ବଜାର ଖୋଲାଯାଉଥିବା ବେଳେ ତାହାକୁ ଚଳିତବର୍ଷ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସୁଲିଆ ଯାତ୍ରାକୁ ନେଇ ୩ ଦିନ ଧରି ଚାଲିଥିବା ସୁଲିଆ ମହୋତ୍ସବ ମଧ୍ୟ ଚଳିତ ଥର ବନ୍ଦ କରାଯାଇଛି । ସୁଲିଆ ଯାତ୍ରାରେ ବଳିକୁ ନେଇ ଲୋକଙ୍କ ସଚେତନତା କାର୍ଯ୍ୟକ୍ରମ ପ୍ରଶାସନ ଏଯାଏଁ ଆରମ୍ଭ କରିନଥିବା ବେଳେ ଆଦିବାସୀଙ୍କ ଧର୍ମୀୟ ଭାବନା ସହ ଲୋକଙ୍କ ମାନସିକ ନେଇ ଆଣୁଥିବା ହଜାର ହଜାର ପଶୁପକ୍ଷୀଙ୍କୁ ପୁଣିଥରେ ବଳି ଦିଆଯିବ ସୁଲିଆ ପୀଠରେ ।

   Related Posts