Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ପାକିସ୍ତାନ ଚୋରି କରୁଛି ଭାରତୀୟ ବିଜ୍ଞାପନର ଆଇଡିୟା, ମାହିରା ଖାନଙ୍କୁ ଟ୍ରୋଲକଲେ ୟୁଜର୍ସ: କହିଲେ, ‘ନିଜକୁ କ୍ୟାଟ୍ରିନା ଭାବ ନାହିଁ’

2/03/2021 at 4:01 PM

ମୁମ୍ବାଇ ୦୨/୦୩: ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ନିକଟରେ ଇନଷ୍ଟାଗ୍ରାମରେ ବିଜ୍ଞାପନର ଏକ ଭିଡିଓ ସେୟାର କରିଛନ୍ତି । ଏହି ଟିଭି କମରର୍ଶିୟଲକୁ ସେୟାର କରି ମାହିରା ଲେଖିଛନ୍ତି, ‘ପିୟୋର ମ୍ୟାଙ୍ଗୋ ପ୍ଲେଜର’ । ଏବେ ଏହି ବିଜ୍ଞାପନକୁ ନେଇ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ ମାହିରାଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି । ବାସ୍ତବରେ, ବଲିଉଡ ଫିଲ୍ମରେ ଅଂଶୀଦାରୀ ହୋଇ ସାରିଥିବା ମାହିରା ଖାନ ନିଜ ଇନଷ୍ଟାଗ୍ରାମରେ ଏକ ବିଜ୍ଞାପନ ସେୟାର କରିଛନ୍ତି ଯେଉଁଥିରେ ସେ ମ୍ୟାଙ୍ଗୋ  କୋଲ୍ଡ ଡ୍ରିଙ୍କ୍ ପିଉଥିବାର ନଜର ଆସିଛନ୍ତି । ଏହି ବିଜ୍ଞାପନରେ ମାହିରା ସୁନ୍ଦର ଦେଖାଯାଉଛନ୍ତି ସତ, କିନ୍ତୁ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ ମହିରାଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି । ଏହାର କାରଣ ହେଉଛି ଏହି ବିଜ୍ଞାପନ ଠିକ୍ ସେହିପରି ଶୁଟ୍ କରାଯାଇଛି ଯେପରି ଭାରତୀୟ ବିଜ୍ଞାପନ ପାଇଁ କ୍ୟାଟ୍ରିନାଙ୍କ ଆଡ୍ ଶୁଟ୍ କରାଯାଇଥିଲା ।

माहिरा खान, कटरीना कैफ

କେବଳ ଏତିକି ନୁହେଁ, ଏହି ଭିଡିଓରେ ମାହିରାଙ୍କ ଡ୍ରେସ୍ ଏବଂ କୋଲ୍ଡ ଡ୍ରିଙ୍କ୍ ପିଇବାର ଶୈଳୀ ଠିକ୍ କ୍ୟାଟ୍ରିନାଙ୍କ ଭଳି ଦେଖାଯାଉଛି । ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସମାନେ ମାହିରାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ । ଫ୍ୟାନ୍ସମାନେ କହିଛନ୍ତି ଯେ ମାହିରା କ୍ୟାଟ୍ରିନା କୈଫଙ୍କୁ କପି କରୁଛନ୍ତି । ଜଣେ ୟୁଜର୍ସ ‘ପାକିସ୍ତାନର କ୍ୟାଟ୍ରିନା’ ଲେଖିଥିବା ବେଳେ ଆଉ ଜଣେ ‘ନିଜକୁ କ୍ୟାଟ୍ରିନା ଭାବ ନାହିଁ’ ବୋଲି ଲେଖିଥିଲେ । ଭାରତୀୟ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଏହି ଭିଡିଓ ଦେଶରେ ଖୁବ୍ ହିଟ୍ ହୋଇଥିଲା । ଗ୍ରୀଷ୍ମ ଋତୁ ଆସିବା ପରେ କ୍ୟାଟ୍ରିନାଙ୍କ ଏହି ଆଡ୍ ପ୍ରସାରିତ ହୋଇଥାଏ, ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରିଥାନ୍ତି ।

शाहरुख खान और माहिरा खान

ମାହିରା ଖାନ ଶାହରୁଖ ଖାନଙ୍କ ସହ ଫିଲ୍ମ ’ରଇସ୍’ରେ ନଜର ଆସିଥିଲେ । ଏହା ବ୍ୟତୀତ ରଣବୀର କପୁରଙ୍କ ସହ ସିଗାରେଟ ଟାଣୁଥିବାର ପଟୋ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା । ତେବେ ଭାରତ ଉପରେ ଆକ୍ରମଣ ପରେ ପାକିସ୍ତାନୀ କଳାକାର ମାନଙ୍କୁ ଭାରତରେ କାମ ଦେବା ପାଇଁ ବିରୋଧ କରାଯାଇଥିଲା ।

   Related Posts