Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

‘ଜୁନିଅର କ୍ରିସ୍ ଗେଲ୍’ ମହିପାଲ, ବାଙ୍ଗାଲୋରର ଦୁର୍ଦ୍ଦଶ ବୋଲରଙ୍କୁ ସାମ୍ନା କରି ଖେଳିଲେ ଆକର୍ଷଣୀୟ ଇନିଂସ

3/10/2020 at 6:13 PM

ଦୁବାଇ, ୦୩ ।୧୦:  ରାଜସ୍ଥାନ ରୟାଲ୍ସର ୨୦ ବର୍ଷୀୟ ବ୍ୟାଟସମ୍ୟାନ୍ ମହିପାଲ ଲୋମରୋର୍ ବାଙ୍ଗାଲୋରର ଦୁର୍ଦ୍ଦଶ ବୋଲିଂ ଆକ୍ରମଣ ବିପକ୍ଷରେ ୪୭ ରନ୍ ସ୍କୋର କରି ଦଳକୁ ସମ୍ମାନଜନକ ସ୍ଥିତିରେ ପହଁଚାଇଛନ୍ତି । ସେ ୩୯ଟି ବଲରୁ ୪୭ ରନ୍ କରିଛନ୍ତି । ଏହାସହ ତିନୋଟି ଆକାଶ ଛୁଆଁ ଛକା ଲଗାଇଛନ୍ତି । ତାଙ୍କର ଏହି ଇନିଂସ ସେହି ସମୟରେ ଦେଖିବାକୁ ମିଳିଥିଲା ଯେତେବେଳେ ଦଳ ୩୧ ରନରେ ତିନୋଟି ଓ୍ୱିକେଟ୍ ହରାଇ ସଙ୍କଟରେ ପଡିଥିଲା ।

ମହିପାଲ ରାଜସ୍ଥାନର ନାଗୋରରେ ଜନ୍ମଗ୍ରହଣ କରିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ଚନ୍ଦ୍ରକାନ୍ତ ପଣ୍ଡିତ ନିକଟରେ ମହିପାଲଙ୍କୁ ଜୁନିଅର କ୍ରିସ୍ ଗେଲ୍ କହିଥିଲେ । ପଣ୍ଡିତ ମହିପାଲଙ୍କୁ ଅଣ୍ଡର-୧୪ ଟୁର୍ଣ୍ଣାମେଣ୍ଟରେ ଦେଖିଥିଲେ । ଫାଇନାଲ ମୁକାବିଲାରେ ମହିପାଲ ୨୫୦ ରନ୍ କରିଥିଲେ । ତାଙ୍କ ବ୍ୟାଟିଂ ଦେଖି ପଣ୍ଡିତ ଜୁନିଅର୍ କ୍ରିସ୍ ଗେଲ୍ ବୋଲି କହିଥିଲେ ।ପରେ ସେ ଏହି ନାମରେ ଲୋକପ୍ରିୟ ହୋଇଥିଲେ ।

ମହିପାଲ ଅକ୍ଟୋବର ୬ରେ ୨୦୧୬ ରଣଜୀ ଟ୍ରଫି, ୨୦୧୬-୧୭ରେ ରାଜସ୍ଥାନର ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ । ଏହାପରେ ସେ ୨୦୧୬ ଅଣ୍ଡର-୧୯ କ୍ରିକେଟ ବିଶ୍ୱକପରେ ସାମିଲ ହୋଇଥିଲେ । ୨୦୧୬-୧୭ରେ ସେ ରାଜସ୍ଥାନ ପାଇଁ ଟି-୨୦ ଓ ୨୦୧୭ରେ ବିଜୟ ହଜାରେ ଟ୍ରଫି ଖେଳିଥିଲେ । ସେ ୨୦୧୭-୧୮ରେ ରାଜସ୍ଥାନ ପକ୍ଷରୁ ସର୍ବାଧିକ କ୍ୟାଚ୍ ନେଇଥିବା ଓ୍ୱିକେଟକିପର୍ ଥିଲେ । ଜାନୁଆରୀ ୨୦୧୮ରେ ସେ ରାଜସ୍ଥାନ ରୟାଲ୍ସରେ ସାମିଲ ହୋଇଥିଲେ ।

   Related Posts