ଭାରତ ଗସ୍ତରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ : ଫୋକସରେ ରହିବ ବାଣିଜ୍ୟ, ପ୍ରତିରକ୍ଷା, ସଂସ୍କୃତି ଏବଂ ପର୍ଯ୍ୟଟନ

Published By : Prameya-News7 Bureau | February 08, 2020 IST

ନୂଆଦିଲ୍ଲୀ ୦୮।୦୨: ଭାରତରେ ମହିନ୍ଦ୍ରା ରାଜପାକ୍ଷେ । ଶୁକ୍ରବାର ଠାରୁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ । ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କରଙ୍କ ସହ ମଧ୍ୟ ସେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ।

{"id":221658,"sizeSlug":"large"}

ମହିନ୍ଦା ରାଜପାକ୍ଷେଙ୍କୁ ଆଜି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଗତ ନଭେମ୍ବର ମାସରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେବା ପରେ ରାଜପକ୍ଷେଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ ହେବ। ଶୁକ୍ରବାର ରାତିରେ ରାଜପାକ୍ଷେ ଭାରତରେ ପହଁଞ୍ଚିଥିବା ବେଳେ ପ୍ରଥମେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ , କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରମୁଖଙ୍କୁ ଭେଟିଛନ୍ତି । ରାଜପାକ୍ଷେ ଏବଂ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ସହ  ୧୦ ଜଣିଆ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ  ଆସିଛନ୍ତି । ଗତ ବର୍ଷ ନଭେମ୍ବରରେ ଭାରତ ପକ୍ଷରୁ ଘୋଷଣା କରାଯାଇଥିବା ୪୫୦ ମିଲିଅନ ଡଲାର ସହାୟତାରେ ହେବାକୁ ଥିବା

wp:core-embed/twitter {"url":"https://twitter.com/ANI/status/1225801734510919680","type":"rich","providerNameSlug":"twitter","className":""}
https://twitter.com/ANI/status/1225801734510919680
/wp:core-embed/twitter

ପ୍ରକଳ୍ପଗୁଡିକ ସମ୍ପର୍କରେ ଏହି ଗସ୍ତ କାଳରେ ଆଲୋଚନା ହେବ। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଉଭୟ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଦୃଢ ସମ୍ପର୍କ ରହିଛି ଏବଂ ଏହି ଗସ୍ତ ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ମଜବୁତ କରିବା ଲାଗି ବାଣିଜ୍ୟ, ପ୍ରତିରକ୍ଷା, ସଂସ୍କୃତି ଏବଂ ପର୍ଯ୍ୟଟନ ପ୍ରସଙ୍ଗ ଆଲୋଚନା ହେବ। ବିଶେଷ ଭାବରେ ମଧ୍ୟପ୍ରଦେଶର ସାଁଚୀକୁ କଲମ୍ବୋରୁ ବିମାନ ସେବା ଆରମ୍ଭ ନେଇ ମଧ୍ୟ କଥାବାର୍ତ୍ତା ହେବ। ଗସ୍ତ ସମୟରେ ରାଜପକ୍ଷେ ବାରଣାସୀ,ସାରନାଥ, ବୋଧଗୟା ଏବଂ ତିରୁପତି ଐତିହାସିକ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.