ନୂଆବର୍ଷରେ ମହଙ୍ଗା ହେଲା ମହିନ୍ଦ୍ରାର ସବୁ ଗାଡ଼ି: ‘ଥର’ ଦାମ୍ ୪୦,୦୦୦ ଅଧିକା, ଅନ୍ୟ ଭାରିଏଣ୍ଟ ଉପରେ ୪୫ ହଜାର ଯାଏ ବେଶୀ
8/01/2021 at 4:05 PM

ନୂଆଦିଲ୍ଲୀ ୦୮/୦୧: ଗାଡ଼ି ପ୍ରେମୀଙ୍କ ପାଇଁ ଦୁଃଖ ଖବର ଆସିଛି। ପୂର୍ବ ଘୋଷଣା ମୁତାବକ ଏବେ ବିଭିନ୍ନ କମ୍ପାନୀ ନିଜ ଗାଡ଼ି ଉପରେ ଦାମ ବୃଦ୍ଧି କରିଛନ୍ତି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସବୁ କାର ଉପରେ ପାଖାପାଖି ୪୦ରୁ ୪୫ ହଜାର ଟଙ୍କା ବୃଦ୍ଧି କରିଛି। ଆଜିଠୁ ଏହି ନୂଆ ଦାମ ଲାଗୁ ହୋଇଥିବା ଜଣାପଡ଼ିଛି। ସମସ୍ତ ମଡେଲ ଉପରେ କମ୍ପାନୀ ୧.୯ ପ୍ରତିଶତ ଦାମ ବୃଦ୍ଧି କରିଛି।
ମହିନ୍ଦ୍ରାର ବହୁ ଲୋକପ୍ରିୟ କାର ‘ଥର’ ଦାମ ୪୦ ହଜାର ବୃଦ୍ଧି ପାଇଛି। ୧ ଡିସେମ୍ବର ୨୦୨୦ରୁ ୭ ଜାନୁଆରୀ ୨୦୨୧ ସୁଦ୍ଧା ବୁକ୍ ହୋଇଥିବା ‘ଥର’ ଉପରେ ଏହି ନୂଆ ଦର ଲାଗୁ କରିବାକୁ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ବିଭିନ୍ନ ପ୍ରକାର ଆମଦାନୀ ଖର୍ଚ୍ଚରୁ ମୁକୁଳିବା ପାଇଁ ଦାମ ବୃଦ୍ଧି ନିହାତି ଆବଶ୍ୟକ ପଡ଼ିଲା ବୋଲି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଆଟୋମୋଟିଭ୍ ସିଇଓ ବିଜୟ ନାକରା କହିଛନ୍ତି।
ଦାମ କମ କରିବାକୁ ସବୁ ପ୍ରକାର ପ୍ରଚେଷ୍ଟା ଜାରି ରହିଛି। ଆମଦାନୀ ଖର୍ଚ୍ଚ ବଢ଼ୁଥିବାରୁ ହଠାତ ଗାଡ଼ି ଉପରେ ଦାମ ବଢ଼ାଇବାକୁ ପଡ଼ିଲା। ଜାନୁଆରୀ ୮ ପାଖରୁ ଏହି ଦାମ ନିଶ୍ଚିତ ରୂପେ ଲାଗୁହେବ ବୋଲି ବିଜୟ ନାକରା କହିଛନ୍ତି।