ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଚତୁର୍ଥବାର ଶପଥ ଗ୍ରହଣ କଲେ ମହିନ୍ଦା ରାଜପକ୍ଷେ

Published By : Prameya-News7 Bureau | August 09, 2020 IST

କଲୋମ୍ବୋ ୯।୮: ଶ୍ରୀଲଙ୍କା ପୋଡୁଜନା ପେରମୁନା ପାର୍ଟି (ପିପିପି) ନେତା ମହିନ୍ଦା ରାଜପକ୍ଷେ ଚତୁର୍ଥବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ରବିବାର ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି।  ଏଥିଲାଗି କେଲାନିୟା ବୁଦ୍ଧ ମନ୍ଦିରରେ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା।  ରାଜଧାନୀ କଲମ୍ବୋ ସହର ବାହାରେ  ଆୟୋଜିତ ଏହି ଶପଥ ପାଠ ଉତ୍ସବରେ ଦେଶର ରାଜନୈତିକ ସମୂଦାୟଙ୍କ ସମେତ ନିର୍ବାଚିତ ପାର୍ଟି ଓ ବିରୋଧୀ ଦଳର ନେତାମାନେ ମଧ୍ୟ ଯୋଗ ଦେଇଥିଲେ।

{"id":312063,"sizeSlug":"large"}

ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ରାଜପକ୍ଷେଙ୍କ ପାର୍ଟି ସଂସଦର ୨୨୫ ଆସନରୁ ୧୪୫ଟି ଆସନ ହାତେଇବାରେ ସମର୍ଥ ହୋଇଛି। ମହିନ୍ଦା ରାଜପକ୍ଷେଙ୍କ ନୂଆ ମନ୍ତ୍ରୀମଣ୍ଡଳ ଆଗାମୀ ସପ୍ତାହ ଶେଷ ବେଳକୁ ଶପଥ ଗ୍ରହଣ କରିବ ବୋଲି ଜଣାପଡିଛି। ନିର୍ବାଚନ ଆୟୋଗ ଚଳିତ ନିର୍ବାଚନକୁ ଐତିହାସିକ ବୋଲି କହିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ନିର୍ବାଚନରେ ଏହା ସବୁଠୁ ଶାନ୍ତିପୂର୍ଣ୍ଣ ନିର୍ବାଚନ ଥିଲା।  ଯେଉଁଥିରେ ଦେଶର ୭୧ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ଦେଶରେ ନୂଆ ସରକାର ସ୍ଥାପନା ଲାଗି ଜନାଦେଶ କରିଛନ୍ତି।

{"id":312064,"width":574,"height":349,"sizeSlug":"large"}

ବିଶ୍ୱର ଅନ୍ୟ ଦେଶଙ୍କ ଭଳି ଶ୍ରୀଲଙ୍କାରେ ମଧ୍ୟ କୋଭିଡ-୧୯ର ପ୍ରକୋପ ଜାରି ରହିଛି । ଏଣୁ  କୋଭିଡ ସତର୍କତା ମଧ୍ୟରେ  ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦେଶରେ ଏପର୍ଯ୍ୟନ୍ତ ୨ହଜାର ୮୦୦ ଜଣ ଲୋକ କୋଭିଡ ଆକ୍ରାନ୍ତ ହୋଇଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବୟା ରାଜପକ୍ଷେଙ୍କ ସୂଚନା ଅନୁସାରେ ଅଗଷ୍ଟ ୨୦ ତାରିଖରେ ନୂଆ ସଂସଦର ବୈଠକ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.