ଶିଳ୍ପପତି ମହିମା ମିଶ୍ରଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍

Published By : Prameya-News7 Bureau | November 14, 2019 IST

କଟକ ୧୪।୧୧: ଶିଳ୍ପପତି ମହିମା ମିଶ୍ରଙ୍କୁ ମିଳିଲା ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ନିମ୍ନ ଅଦାଲତ ସର୍ତ୍ତ ଧାର୍ଯ୍ୟ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାରାଦୀପର ସିୱେଜ ସିପିଂ କମ୍ପାନୀର ମହାପ୍ରବନ୍ଧକ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ମହିମା ମିଶ୍ରଙ୍କୁ ହାଇକୋର୍ଟରୁ ଜାମିନ୍‌ ମିଳିଛି।

ଶିଳ୍ପପତି ମହିମା ମିଶ୍ରଙ୍କୁ ୨୦୧୬ ଅକ୍ଟୋବର ୨୬ରେ ବ୍ୟାଙ୍କକରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ତାଙ୍କୁ ଦୁଇଥର ଜାମିନ ମିଳିସାରିଛି। ତେବେ ଏହି ହତ୍ୟା ମାମଲାରେ ପୂର୍ବରୁ ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଥିଲେ। କିନ୍ତୁ ହାଇକୋର୍ଟଙ୍କ ଜାମିନ୍‌କୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଖାରଜ ପରେ ପୁଣି ଜାମିନ ପାଇଁ ମହିମା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଆଜି ତାଙ୍କୁ ପୁଣିଥରେ ଜାମିନ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.