Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ଲକ୍‌ଡାଉନ୍‌ରେ ନିଜ ଅୟସ୍ କରି ମା-ମାଉସୀ-ଭଉଣୀ-ଭାଉଜଙ୍କୁ ରୋଷେଇ ଘରେ ବ୍ୟସ୍ତ ରଖନ୍ତୁନାହିଁ , ମହିଳାଙ୍କ ସୁରକ୍ଷାରେ ଦେଶର ସୁରକ୍ଷା

31/03/2020 at 12:27 PM

ଭୁବନେଶ୍ୱର ୩୧।୦୩: ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍ ଡାଉନ୍ । ସେଥିପାଇଁ ସମସ୍ତେ ଏବେ ଘରେ । ତେଣୁ ଘରେ ରହି ମା ମାଉସୀଙ୍କୁ ହଇରାଣ କରନ୍ତୁନି ବୋଲି ଅପିଲ୍ କରିଛନ୍ତି ରାଜ୍ୟ ସରକାର । କୋଭିଡ୍-୧୯ ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ମା ମାଉସୀଙ୍କ ଉପରେ  ‘କୋଭିଡ୍ -୧୯’ର ବୋଝ ଲଦି ଦିଅନ୍ତୁ ନାହିଁ ।

ଲକ୍‌ଡାଉନ ଲାଗି ଆପଣମାନେ ଘରେ ଅଛନ୍ତି । ତା’ମାନେ ନୁହେଁ ଯେ ଆପଣମାନେ ଘରେ ଚକ୍କା ପକ୍କେଇ ବସିବେ । ୩ ଥର ରୋଷେଇ ହେବ । ଚାରିଥର ରୋଷେଇ ହେବ । ପକୁଡ଼ି ଛଣା ହେବ । ବିଭିନ୍ନ ରକମର ଭଲମନ୍ଦ ହେବ। ଆପଣ ବସିକି ଖାଇବେ । ଖରାଦିନ ଆସିଗଲାଣି । ତାଙ୍କୁ ଯଦି ଆପଣ ରୋଷେଇ ଘରେ ବନ୍ଦୀ କରିଦେବେ ତା’ହେଲେ ସେମାନେ ଭାଙ୍ଗି ପଡ଼ିବେ । ଆଉ ମା’, ମାଉସୀ, ଭଉଣୀ ଓ ଭାଉଜମାନେ ଭାଙ୍ଗି ପଡ଼ିଲେ ଦେଶ ଭାଙ୍ଗିପଡ଼ିବ । ତେଣୁ ବର୍ତ୍ତମାନ ସମୟରେ ନିଜକୁ ସଂଯମରେ ରଖିବାକୁ ପଡ଼ିବ । ବର୍ତ୍ତମାନ ସମୟରେ ଅଳ୍ପ ଖାଆନ୍ତୁ । ନିଜେ ଯାଇ ରୋଷେଇ ଘରେ କାମ କରନ୍ତୁ । ମା ମାଉସୀଙ୍କୁ ସହାଯ୍ୟ କରିବାକୁ ପିଲାମାନଙ୍କୁ ଉତ୍ସାହିତ ବି କରନ୍ତୁ ।  

   Related Posts