ରକ୍ଷକ ସାଜିଲେ ଭକ୍ଷକ, ସେନାବାହିନୀର ୩ ଯବାନ ମହିଳାଙ୍କୁ କଲେ ଗଣଦୁଷ୍କର୍ମ, ଭିଡିଓ ରେକର୍ଡିଂ କରି ଭାଇରାଲ ଧମକ ଦେଲେ....

Published By : Prameya-News7 Bureau | January 28, 2022 IST

ନୂଆଦିଲ୍ଲୀ ୨୮/୦୧: ଦିନକୁ ମହିଳାଙ୍କ ଉପରେ ନିର୍ଯାତନା କମିବା ବଦଳରେ ବଢିବାରେ ଲାଗିଛିି । ନିୟମିତ କୌଣସି ନା କୌଣସି ସ୍ଥାନରେ ମହିଳା ହେଉ ଅବା ଛୋଟ ଝିଅଟିଏ ଦୁଷ୍କର୍ମର ଶିକାର ହେଉଛନ୍ତି । ଏବେ ଏମିତି ଗୋଟିଏ ଘଟଣା ସାମ୍ନାକୁ ଆସିଛି ଯେଉଁଠି ରକ୍ଷକ ସାଜିଛି ଭକ୍ଷକ । ଏଠାରେ ନୌସେନା ଏବଂ ସ୍ଥଳ ସେନାର ୩ କର୍ମଚାରୀ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି ।

ମହିଳା ଜଣକ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ଏବେ ଅଭିଯୁକ୍ତକୁ ଖୋଜୁଛି । ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ମହିଳାଙ୍କୁ ୩ ଜଣ ବ୍ୟକ୍ତି ଦୁଇଥର ଦୁଷ୍କର୍ମ କରିବା ସହ ଏହାର ଏକ ଭିଡିଓ ମଧ୍ୟ କରିଥିଲେ । ଏତିକିରେ ସରନଥିଲା ବର୍ବରତା । ଦୁଷ୍କର୍ମ ପରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବାକୁ ଧମକ ବି ଦେଇଥିଲେ । ଏହା ପରେ ମହିଳା ଦିଲ୍ଲୀ ଛାଡି ନିଜ ଗାଁକୁ ଚାଲିଯାଇଥିଲେ ।

ପରେ ସ୍ୱାମୀ ବୁଝାଇବା ପରେ ମହିଳା ଜଣକ ଦିଲ୍ଲୀ ଫେରି ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ମହିଳା ଜଣକ କହିଥିଲେ ଯେ ସେ ତାଙ୍କ ଘର ନିକଟରେ ଥିବା ଏକ ପାର୍କରେ ବୁଲୁଥିଲେ । ଯେଉଁ ସମୟରେ ତାଙ୍କ ପଡ଼ୋଶୀ ଘରେରେ ରହୁଥିବା ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ପରିବାର ଲୋକଙ୍କୁ ଭେଟିବା ପ୍ରସଙ୍ଗରେ ଘରକୁ ଯିବାକୁ କହିଥିଲେ । ଯେତେବେଳେ ପୀଡିତା ମନା କରିଦେଇଥିଲେ, ମହିଳା ଜଣଙ୍କୁ ଜୋର ଜବରଦସ୍ତ ଟାଣିଆଣିଥିଲେ । ଯେଉଁଠାରେ ତାଙ୍କର ଜଣେ ବନ୍ଧୁ ଏଠାରେ ଉପସ୍ଥିତ ଥିଲେ ।

ଉଭୟେ ମିଶି ମହିଳାଙ୍କୁ ବଳାତ୍କାର କରିଥିଲେ, ସେହି ସମୟର ଏକ ଭିଡିଓ ମଧ୍ୟ କରିଥିଲେ । ଧମକ ଦେଇଥିଲେ ଯେ ଯଦି ସେ ଏ ବିଷୟରେ କାହାକୁ କୁହନ୍ତି ତେବେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବ । ଏହା ପରେ ମହିଳା ଜଣକ ତାଙ୍କ ଘରକୁ ଯାଇ ବାହାରକୁ ଯିବା ବନ୍ଦ କରିଦେଲେ । ଦୁଇମାସ ପରେ, ଯେତେବେଳେ ପୀଡିତା କିଛି କାମ ପାଇଁ ଘରୁ ବାହାରକୁ ଆସିଲେ, ଅଭିଯୁକ୍ତ ପୁଣି ଥରେ ତାଙ୍କୁ ଭିଡିଓ ଭାଇରାଲ କରିବ ବୋଲି ଧମକ ଦେଇଥିଲା ।

ଏଠାରେ ସେ ପ୍ରଥମେ ତାଙ୍କୁ ଏକ ଘରକୁ ନେଇ ପୁଣିଥରେ ବଳାତ୍କାର କରିଥିଲେ ଏବଂ ଏହା ପରେ ସେ ଜଣେ ବନ୍ଧୁ ମଧ୍ୟ ଆସି ଦୁଷ୍କର୍ମ କରିଥିଲେ । ଘଟଣା ପରେ ମହିଳା ଜଣକ ସ୍ୱାମୀଙ୍କ ସହ ଗାଁକୁ ଫେରି ଆସିଲେ । ପରେ ସ୍ୱାମୀ ପଚାରିବାରୁ ସେ ସମସ୍ତ କଥା କହିଥିଲେ । ଏହା ପରେ ସ୍ୱାମୀ ଦିଲ୍ଲୀ ଯାଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କହିଥିଲେ ।

ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜାଣିବା ମାତ୍ରେ ତିନିଜଣ ଅଭିଯୁକ୍ତ କୁଆଡେ ଫେରାର ହୋଇଯାଇଛନ୍ତି । ସୂଚନାନୁସାରେ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ନୌସେନାରେ ସୈନିକ ଏବଂ ଦୁଇଜଣ ସେନାରେ ଅଛନ୍ତି । ପୀଡିତାଙ୍କ ଓକିଲ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ପୋଲିସ ଏହି ତିନିଜଣଙ୍କୁ ଖୋଜୁଛି । ବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.