ଘରେ ଏକୁଟିଆ ଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ ! ଘର ମାଲିକଙ୍କ ପୁଅ ନାଁରେ ଅଭିଯୋଗ

Published By : Prameya-News7 Bureau | May 27, 2020 IST

ଗୁରୁଗ୍ରାମ ୨୭।୦୫:  ଗୁରୁଗ୍ରାମରେ ଭଡାରେ ରହୁଥିବା ଜଣେ ମହିଳାଙ୍କୁ ଘର ମାଲିକର ପୁଅ ଦୁଷ୍କର୍ମ କରିଥିବା ଅଭିଯୋଗ । ପୋଲିସ ମହିଳାଙ୍କ ଅଭିଯୋଗ ଆଧାରରେ ବାଦଶାହପୁର ଥାନାରେ କେସ୍‌ ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗରିଫ କରିନାହିଁ ପୋଲିସ ।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶର ୨୫ବର୍ଷୀୟ ମହିଳା ଜଣଙ୍କ ବାଦଶାହପୁର ଥାନା ଅଞ୍ଚଳରେ ନିଜ ପରିବାର ସହିତ ଭଡାରେ ରହୁଥିଲେ । ମହିଳାଙ୍କ ସ୍ୱାମୀ ଏକ କୋରିଅୟ କମ୍ପାନୀରେ କାର୍ଯ୍ୟ କରନ୍ତି , ଏବଂ ତାଙ୍କର ଏକ ପୁଅ ମଧ୍ୟ ଅଛି । ପୋଲିସରେ ହୋଇଥିବା ଅଭିଯୋଗ ଆଧାରରେ ଶନିବାର ଦିନ ଭଡା ରହୁଥିବା ଘର ମାଲିକଙ୍କ ପୁଅ ତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା । ଏହ ଘଟଣା ସମ୍ପର୍କରେ ଯଦି ମହିଳା ଜଣଙ୍କ କାହାକୁ କହିବେ ତେବେ ତାଙ୍କୁ ଜୀବନରୁ ମାରିଦେବା ଧମକ ଦେଇଥିଲା ।

ସେହିଦିନ ସଂଧ୍ୟା ସମୟରେ  ମହିଳାଙ୍କ ସ୍ୱାମୀ ଘରକୁ ଫେରିବା ପରେ ସମସ୍ତ ଘଟଣାସମ୍ପର୍କରେ ଜଣାଇଥିଲେ , ପରେ ପରିବାର ପକ୍ଷରୁ ରବିବାର ଦିନ ବାଦଶାହପୁର ଥାନାରେ ଘଟଣା ସମ୍ପର୍କରେ ମାମଲା ରୁଜୁ କରାଯାଇଥିଲା । ମହିଳାଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ବାଦଶାହପୁର ଥାନା ପ୍ରଭାରୀଙ୍କ ଅନୁଯାୟୀ, ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ମହିଳା ଜଣଙ୍କ ଘର ମାଲିକଙ୍କ ପୁଅ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ପୋଲିସ ଛାନ୍‌ଭିନ୍ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.