ନିଛାଟିଆ ରାସ୍ତାରେ ମହିଳାଙ୍କୁ ଅସଦାଚରଣ, ବିରୋଧ କରିବାରୁ ଗଳା କାଟିଦେଲା ନାବାଳକ : ଥାନା ମାମଲା ଦାୟର
18/09/2020 at 10:44 AM

ସମ୍ବଲପୁର ୧୮।୦୯: ପୋଖରୀ ହୁଡା ମହିଳାଙ୍କୁ ଅସଦାଚରଣ । ମହିଳା ବିରୋଧ କରିବାରୁ ଗଳା କାଟିଦେଲା ନାବାଳକ । ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳରେ ଘଟିଛି ଏମିତି ଏକ ଘଟଣା ।

ସୂଚନା ଅନୁସାରେ ଧନୁପାଲି ଖଇରପାଲି ଗ୍ରାମର ଜଣେ ମହିଳା ଗାଧୋଇବା ପାଇଁ ସନ୍ଧ୍ୟାରେ ପୋଖରୀକୁ ଯାଇଥିଲେ । ତେବେ ଗାଧୋଇସାରି ଫେରିବା ବେଳେ ପୂର୍ବରୁ ବୁଦା ମୂଳେ ଲୁଚି ରହିଥିବା ଜଣେ ନାବାଳକ ତାଙ୍କୁ ପଛ ପଟୁ ଜାବୁଡି ଧରି ଅସଦାଚରଣ ବ୍ୟବହାର କରିଥିଲା । ଯାହାଫଳରେ ମହିଳା ଜଣକ ଚିତ୍କାର କରିବାରୁ ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କ ବେକ କାଟି ଫେରାର ହୋଇଯାଇଥିଲା । ତେବେ ରକ୍ତାକ୍ତ ଅବସ୍ଥାରେ ମହିଳା ଘରେ ସବୁ କଥା ଜଣାଇବା ପରେ ଧନୁପାଲି ଥାନାରେ ଏତଲା ହୋଇଥିଲା । ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ନାବାଳକ ଜଣକୁ ଗିରଫ କରିଛି ।
Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021