ଘରୋଇ କଳିକୁ ନେଇ ମହିଳାଙ୍କୁ ଆକ୍ରମଣ, ସ୍ୱାମୀଙ୍କୁ ରକ୍ଷା କରିବାକୁ ଆସି ମୁଣ୍ଡ ଫାଟିଲା

Published By : Prameya-News7 Bureau | July 22, 2021 IST

ସାଲେପୁର,୨୨/୦୭ :  ଘରୋଇ କଳିକୁ ନେଇ ମହିଳାଙ୍କ ଉପରେ ଆକ୍ରମଣ। ଠେଙ୍ଗା ମାଡରେ ମହିଳା ଗୁରୁତର। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବରାଦ ଗ୍ରାମରେ।

ଗୁରୁତର ମହିଳା ଜଣଙ୍କ ହେଲେ ବରାଦ ଗ୍ରାମର ମୁରଲୀଧର ସ୍ୱାଇଁଙ୍କ ପତ୍ନୀ ବାସନ୍ତୀ ସ୍ୱାଇଁ। ଗୁରୁତର ଅବସ୍ଥାରେ ବାସନ୍ତୀ ସ୍ୱାଇଁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ବାସନ୍ତୀଙ୍କ ସ୍ୱାମୀ ମୂରଲୀଧର ସାଲେପୁର ଥାନାରେ ଦୁଇଭାଇଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି।ସେମାନେ ହେଲେ ମହେଶ୍ୱର ସ୍ୱାଇଁ ଓ ରଞ୍ଜନ ସ୍ବାଇଁ।

ସୂଚନା ମୁତାବକ, ଘରୋଇ କଳିକୁ ନେଇ ମୁରଲୀଧରଙ୍କ ସହ ୨ ଭାଇ ପାଟିତୁଣ୍ଡ କରିଥିଲେ । ପାଟିତୁଣ୍ଡ ହେଉଥିବାବେଳେ ପରିବାର ଲୋକେ ମୁରଲୀଧରଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ ପତ୍ନୀ ବାସନ୍ତୀ ନିଜ ସ୍ୱାମୀକୁ ବଞ୍ଚାଇବାକୁ ଆସି ଆକ୍ରମଣର ଶିକାର ହୋଇଥିଲେ। ଫଳରେ ଆକ୍ରମଣକାରୀଙ୍କ ଠେଙ୍ଗା ମାଡରେ ତାଙ୍କ ମୁଣ୍ଡଟି ଫାଟି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ସାଲେପୁର ମେଡ଼ିକାଲକୁ ଅଣାଯାଇଛି। ଏନେଇ ବାସନ୍ତୀଙ୍କସ୍ୱାମୀ ମୁରଲୀଧର ସାଲେପୁର ଥାନାରେ ଦୁଇ ଭାଇଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତିକରି ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.