ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ମେଳ ଖାଉନି ପରିବାର ଲୋକଙ୍କ କଥାବାର୍ତ୍ତା !

Published By : Prameya-News7 Bureau | May 29, 2021 IST

ରାଇରଙ୍ଗପୁର, ୨୯/୫ ଘରୁ ମିଳିଲା ମହିଳାଙ୍କ ମୃତଦେହ । ହତ୍ୟା ସନ୍ଦେହ।ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ନୂଆଗାଁର ବେଗନାଡୀହି ଗ୍ରାମରେ। ମୃତ ମହିଳା ହେଲେ ଅନାମୀ କୈବର୍ତ୍ତ।

ସୂଚନା ଅନୁଯାୟୀ  ନିଜ ଘରେ ମହିଳାଙ୍କ ମୃତଦେହ ମିଳିବ ଓ ପରିବାର ଲୋକଙ୍କ କଥାବାର୍ତ୍ତାରୁ ମହିଳାଙ୍କୁ ହତ୍ୟା କରା ଯାଇଥିବା ସନ୍ଦେହ କରା ଯାଉଛି । ତେବେ ମହିଳାଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ତିରିଙ୍ଗ ଆଇଆଇସି ପ୍ରତିକ୍ରିୟା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.