ଜଙ୍ଗଲରୁ ମିଳିଲା ମହିଳାଙ୍କ ଉଲଗ୍ନ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Published By : Prameya-News7 Bureau | July 22, 2021 IST

ବଡ଼ବିଲ ୨୨।୦୭: ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା କାରାଖେଣ୍ଡରା ଜଙ୍ଗଲରୁ ଉଦ୍ଧାର ହୋଇଛି ମୃତଦେହ । ମୃତକଙ୍କ ପରିଚୟ ହସ୍ତଗତ ହୋଇଛି,  ସେ ନାଲଦା ଅଞ୍ଚଳର ବୋଲି ଜଣାପଡିଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ମୃତ ମହିଳା ଗତ ୧୮ତାରିଖରୁ ନିଖୋଜ ଥିଲେ । ବହୁ ଖୋଜା ଖୋଜି ପରେ ବି ମହିଳାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ବଡ଼ବିଲ ଥାନା କାରାଖେଣ୍ଡରା ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଥିଲା । ଏହାପରେ ଘଟଣାର ଅନୁଧ୍ୟାନ ପରେ ମୃତଦେହଟି ଗତ ୧୮ତାରିଖରୁ ନିଖୋଜ ଥିବା ମହିଳାଙ୍କର ବୋଲି ଜଣାପଡିଥିଲା । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ମୃତ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏପରିକି ଘଟଣାରେ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.