Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମୋହନା  ୨୪।୦୩: ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ହାଟପଦା ଠାରେ ଅଭାବନୀୟ ଘଟଣା । ବନ୍ଦ କଠୋରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ହେଲେ କର୍ଚ୍ଚବାଡି ପଞ୍ଚାୟତ କନ୍ଧ ଅଡବା ଗାଁର ପଙ୍କଜ ନାୟକ ବୋଲି ଜଣାପଡିଛି  । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ,  ଆଠ ଦିନ ତଳେ ଗଞ୍ଜାମ ଜିଲ୍ଲା ଆସ୍କାର ଅନାଦି ଜେନାଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଚନ୍ଦ୍ରଗିରି ଗାଁର ହାଟପଦା ଠାରେ ପୁରୁଷୋତ୍ତମ ଉଠାଣ ସିଂଙ୍କ ଏକ ଭଡାଘରେ ରହୁଥିଲେ । କିନ୍ତୁ ସ୍ୱାମୀ ଅନାଦି ପଙ୍କଜକୁ ବାରମ୍ବାର ମାରପିଟ କରୁଥିବାରୁ ଦୁଇ ଦିନ ତଳେ ଘରମାଲିକଙ୍କ ଝିଅ ଗୀତାଞ୍ଜଳି ଉଠାଣସିଂ ଙ୍କ ସହ ମିଶି ଚନ୍ଦ୍ରଗିରି ଫାଣ୍ଡିରେ ଅଭିଯୋଗ ଜଣାଇଥିଲେ ।

ତେବେ  ଆଜି ଉକ୍ତ ଘରୁ ଧୁଆଁ ବାହାରୁଥିବା ଦେଖି ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରେ ପଙ୍କଜଙ୍କ ଦରପୋଡା ମୃତଦେହ ଜବତ କରିଛି  । ତେବେ ମୃତ ମହିଳାଙ୍କ ସ୍ବାମୀ ଅନାଦି ଫେରାର ଥିବା ବେଳେ ଏହା ଘଟଣା ର ତଦନ୍ତ ଜାରି ରଖିଛନ୍ତି ମୋହନା ପୋଲିସ ଟିମ୍‌।

   Related Posts