Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଛରେ ଝୁଲୁଥିଲା ମହିଳାଙ୍କ ଗଳିତ ମୃତଦେହ , ଅଛି କେବଳ ହାଡ଼-କଙ୍କାଳ, କିଛିଦୂରରେ ପଡିଛି ମଦ ବୋତଲ ଓ ଗ୍ଲାସ୍ : ପରିଚୟ ମିଳିନି, ହତ୍ୟା ସନ୍ଦେହ

17/08/2020 at 12:53 PM

କରଞ୍ଜିଆ ୧୭।୦୮: ଜଙ୍ଗଲ ଭିତରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଜୁଆଳିକଟା ଛକ ଚତୁରି ପାଖରେ ଥିବା ଜଙ୍ଗଲରେ ମୃତେଦହ ଝୁଲୁଥିବାର ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, ଠାକୁରମୁଣ୍ଡା ଜୁଆଳିକଟଣା ନିକଟରେ ଥିବା ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଗଳିତ ମୃତଦେହଟିର ୬୦ଭାଗ ଅଂଶ ନଷ୍ଟ ହୋଇଯାଇଥିବାର ପରିଚୟ ଜାଣିବାରେ ଅସ୍ପଷ୍ଟ ହେଉଛି । ଗଛରେ ପ୍ରାୟ ୧୦/୧୨ ଦିନ ପୂର୍ବରୁ ଝୁଲି ରହିଥିବା ବେଳେ କିଛି ଦୂରରେ ମଦ ବୋତଲ ଓ ଗ୍ଲାସ ପଡିଥିବାର ଦେଖିବାକୁ ମିଳିଛି। ଗଛ ଡାଳରେ ଏକ ଶାଢ଼ୀ ବେକରେ ଲାଗିଛି। ସ୍ଥାନୀୟ ଲୋକେ ଶବକୁ ଦେଖିବା ପରେ ନିପାଣିଆ ଗାଁର ୱାର୍ଡ ମେମ୍ବରଙ୍କୁ ଜଣାଇଥିଲେ । ଏହାପରେ ସେ ଠାକୁରମୁଣ୍ଡା ଥାନାରେ ଖବର ଦେଇଥିଲେ । ଖବର ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତଦନ୍ତ ପରେ ଏହା  ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡିବ।

   Related Posts