Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବୁଦା ମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

1/02/2020 at 3:33 PM

କେନ୍ଦ୍ରାପଡ଼ା ୦୧।୦୨: ବୁଦା ମୁଳରୁ ମହିଳାଙ୍କ ମୃତଦେହ ଉଦ୍ଧାର । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଆଳିଜଙ୍ଗା ଗାଁରୁ ଏକ ବୁଦା ମୂଳରୁ ମହିଳାଙ୍କ ମୃତଦେହ  ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

ସୂଚନାଯୋଗ୍ୟ ଯେ, ଆଳିଜଙ୍ଗା ଗାଁର ଅଶ୍ରୁଖଳା ଜୋର ନିକଟରେ ଥିବା ଏକ ବୁଦା ମୁଳରେ ମହିଳାଙ୍କ ମୃତଦେହ  ଉଦ୍ଧାର ହୋଇଛି । ମହିଳାଙ୍କ ମୃତଦେହ ମାଟିରେ ଅଧା ପୋତି ହୋଇଥିବାର ଦେଖିବାକୁ ମିଳିଥିଲା । ମହିଳାଙ୍କ ଧର ବିହାର ହୋଇଥିବା ଅନୁମାନ କରାଯାଉଛି । ପ୍ରାୟ ପାଞ୍ଚ ମାସ ହେବ ଆଳିଜଙ୍ଗା ଗାଁରେ ଏକ ଭଡ଼ା ଘରେ ରହୁଥିଲେ ମହିଳା । ତାଙ୍କ ସ୍ୱାମୀ ଏଠାରେ ଗୁପ୍‌ଚୁପ୍‌ ‍ବ୍ୟବସାୟ କରୁଥିଲେ। ଶନିବାର ଦିନ ସକାଳ ସମୟରେ ବୁଦା ମୂଳରୁ ମହିଳାଙ୍କ ମୃତଦେହ ଦେଖି ଗାଁ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।  ତେବେ ମହିଳା ରହୁଥିବା ଭଡ଼ା ଘରେ ତାଙ୍କ ସ୍ୱାମୀ ନାହାନ୍ତି। ଓ ଘରେ ତାଲା ଝୁଲୁଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ। ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

   Related Posts