ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Published By : Prameya-News7 Bureau | March 23, 2020 IST

ସୋର ୨୩।୦୩: ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକ ଅମ୍ବିକା ଓଝା ବୋଲି ଜଣାପଡିଛି । ବାଲେଶ୍ବେର ଜିଲ୍ଲା ରସାଲପୁର ପଞ୍ଚାୟତ ଭୀମପୁର ଗାଁର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ରବିବାର ରାତିରେ ଅମ୍ବିକା ଘରୁ କୁଆଡେ ଯାଇଥିଲେ । ଏବଂ ଘରକୁ ଫେରିନଥିଲେ । ତେବେ ଘରଲୋକ ବହୁ ଖୋଜାଖୋଜି କରି ପାଇନଥିଲେ । ସୋମବାର ସକାଳ ଦିନ ସମୟରେ ଗାଁର ଥିବା ପୋଖରୀରେ ଖୋଜଖୋଜି ଆରମ୍ଭ କରିଥିଲେ । ତେବେ ପୋଖରୀରେ ଖୋଜିବା ସମୟରେ ଅମ୍ବିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ କସବା ଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।  ତେବେ ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.