ବିବାହିତ ମହିଳାଙ୍କୁ ମାରି ପୋଡିଦେଲେ ! ଜଙ୍ଗଲରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

Published By : Prameya-News7 Bureau | March 06, 2021 IST

ଧର୍ମଗଡ଼ ୦୬।୦୩: ବିବାହିତ ମହିଳାଙ୍କ ମୃତଦେହ ଠାବ । ଜଙ୍ଗଲରୁ ଠାବ ହେଲା ମୃତଦେହ । କଳାହାଣ୍ଡି ଜିଲ୍ଲା କେଗାଁ ଥାନା କନକପୁର ଗାଁ ନିକଟରୁ ଠାବ ହୋଇଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, କନକପୁର ଗାଁ ଜଙ୍ଗଲ ନିକଟରେ ଜଣେ ମହିଳାଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ସ୍ଥାନୀୟଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲେ । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ମୃତ ମହିଳା ଜଣଙ୍କ କନକପୁର ଗାଁ ଶ୍ୟାମସୁନ୍ଦର ନାଏକଙ୍କ ସ୍ତ୍ରୀ ପ୍ରିୟଙ୍କା ନାଏକ ବୋଲି ଜଣାପଡ଼ିଛି ।

ସେହିପରି ଜଙ୍ଗଲରେ ମହିଳାଙ୍କ ମୃତଦେହ କିପରି ଆସିଲା , ସେନେଇ ଖୋଲତାଡ଼ ଜାରି ରହିଛି । ତେବେ ମହିଳାଙ୍କ କେହି ହତ୍ୟା କରିବା ପରେ ପୋଡ଼ି ଦେଇଥିବା ମଧ୍ୟ ସନ୍ଦେହ କରାଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ଘଟଣାର ତଦନ୍ତ କରି ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଉପରୁ ପରଦା ହଟିପାରିବ ବୋଲି ସ୍ଥାନୀୟ ଲୋକ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.