Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

4/10/2021 at 12:17 PM

ସାନଖେମୁଣ୍ଡି ୦୪।୧୦ : ମହିଳାଙ୍କ ଗଳିତ ମୃତଦେହ ଠାବ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି-କଇଠବେଡ଼ା ନିକଟ ଘୋଡ଼ାହାଡ ନଦୀ ନିକଟରୁ ଠାବ ହୋଇଛି ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ଶନିବାର ସନ୍ଧ୍ୟାରେ କିଛି ଯୁବକ ଘୋଡାହାଡ ନଦୀକୁ ଯାଇଥିବା ବେଳେ କାସତଣ୍ଡି ବୁଦାରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଭାସୁଥିଲା । ଏହା ଦେଖି ଗ୍ରାମର କିଛି ଲୋକ ପାଟପୁର ଥାନାକୁ ଖବର ଦେଇଥିଲେ l ତେବେ ଶବ ଉଦ୍ଧାର ହୋଇଥିବା ସ୍ଥାନଟି କେଉଁ ଥାନାରେ ଆସୁଛି । ତାହା ଜଣା ନପଡ଼ିବାରୁ ତହସିଲ ପକ୍ଷରୁ ରାଜସ୍ବ ନିରୀକ୍ଷକ ଅମିନ ପ୍ରମୁଖ ସୀମା ମାପିଥିଲେ । ଏହାପରେ  ଉକ୍ତ ଅଞ୍ଚଳଟି ପାଟପୁର ଥାନାରେ ଆସୁଥିବା ଜଣାପଡିଥିଲା । ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁ ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୋଲିସ ଆଶା କରିଛି ।  ସେପଟେ ପୋଲିସ ଏକ ଅପମୃତ ମାମଲା  ରୁଜୁ କରି ତଦନ୍ତ କରୁଛି ।  

   Related Posts