ଶିଶୁପାଳଗଡ଼ରୁ ୪/୫ମାସର ଛୁଆ ସହ ମାନସିକ ଅନଗ୍ରସର ମହିଳା ଉଦ୍ଧାର

Published By : Prameya-News7 Bureau | September 18, 2020 IST

ଭୁବନେଶ୍ୱର ୧୮।୦୯: ଭୁବନେଶ୍ବର ଶିଶୁପାଳଗଡ଼ରୁ ୪/୫ମାସର ଛୁଆ ସହ ମାନସିକ ଅନଗ୍ରସର ମହିଳା ଉଦ୍ଧାର । ନ୍ୟୁଜ୍ 7 ପ୍ରତିନିଧିଙ୍କ ଉଦ୍ୟମ ଯୋଗୁଁ ଉକ୍ତ ମହିଳା ଓ ତାଙ୍କ ଶିଶୁକୁ ଉଦ୍ଧାର କରି ସଖୀ ରେ ନେଇ ଛାଡ଼ିଥିଲା ଧଉଳି ଥାନା ପୋଲିସ ।

 ଶିଶୁପାଳଗଡ଼ ନୂଆଗାଁ ପେଟ୍ରୋଲ ପମ୍ପ ପାଖରେ ଜଣେ ମହିଳା ଏକ ଛୋଟ ଛୁଆକୁ ଧରି ଏଣେତେଣେ ବୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ନ୍ୟୁଜ୍ ୭ ପ୍ରତିନିଧି ପହଞ୍ଚିବା ପରେ ଧଉଳିଥାନା ଆଇଆଇସି ଦୟାନିଧି ଦାଶଙ୍କୁ ଜଣାଇଥିଲେ । ଏହା ପରେ ସିଡବ୍ଲୁସି ସଦସ୍ୟା ମନ୍ଦାକିନୀ କରଙ୍କୁ ଯୋଗାଯୋଗ କରାଯାଇଥିଲା ।

ଶେଷରେ ପୋଲିସ ଉକ୍ତ ମହିଳା ଓ ତାଙ୍କ ଛୁଆକୁ ଅସହାୟଙ୍କ ଆଶ୍ରୟ ଉଦେଶ୍ୟରେ କରାଯାଇଥିବା ସଖୀରେ ନେଇ ଛାଡ଼ିଥିଲେ । ସେଠାରେ ସେହି ମହିଳା ଓ ତାଙ୍କୁ ଶିଶୁର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯିବା ସହ ଥଇଥାନ କରାଯିବ । ଏହି ଅସହାୟ ମହିଳାଙ୍କ ମାନସିକ ଅବସ୍ଥା ଭଲନଥିବା ଜଣାପଡ଼ୁଥିବା ବେଳେ ତାଙ୍କ ଘର ନେପାଳରେ ବୋଲି କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.