Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଭାଇ ବାହାଘରରେ ମହିଳା ତହସିଲଦାରଙ୍କ ଜବରଦସ୍ତ ନାଚ, ମାନିଲେନି କୋଭିଡ୍ ନିୟମ, ଭାଇରାଲ ହେଲା ଭିଡିଓ

23/05/2021 at 2:52 PM

ଯାଜପୁର ରୋଡ, ୨୩।୦୫:  ବଢୁଥିବା କରୋନା ସଂକ୍ରମଣରେ ବ୍ରେକ ଦେବାପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଲକଡାଉନ୍ ଓ ସପ୍ତାହନ୍ତ ସଟଡାଉନ୍ ଆଦି କଟକଣା ଲାଗୁ କରିବା ସହ ବିବାହ, ଭୋଜି ଓ ସାମାଜିକ କାର୍ଯ୍ୟକ୍ରମ ଆଦିକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି। ଏହାର ତଦାରଖ ପାଇଁ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଲାଗି ପଡ଼ିଛନ୍ତି। କିନ୍ତୁ ଖୋଦ୍ ଜଣେ ପ୍ରଶାସନିକ ଅଧିକାରୀ ଏହାକୁ ଅବମାନନା କରୁଥିବା ଦେଖିବାକୁ ମିଳିଛି।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ଅଞ୍ଚଳରେ ଜଣେ ତହସିଲଦାର ବାହାଘର ପ୍ରୋସେସନରେ ନାଚୁ ଥିବାର ଭିଡିଓ   NEWS7 ହାତରେ ଲାଗିଛି। ଏହି ତହସିଲଦାର ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ୍ ବେହେରା। ସୂଚନା ମୁତାବକ ଗତ ୧୨ ତାରିଖ ଦିନ ସେ ତାଙ୍କ ଭାଇ ବାହାଘର ଅବସରରେ ଜଗତସିଂହପୁର ତିର୍ତୋଲ ଅଞ୍ଚଳକୁ ବରଯାତ୍ରୀ ଯାଇଥିଲେ। ତେବେ ସେଠାରେ ସେ ଅନ୍ୟମାନଙ୍କ ସହିତ ମିଶି ନାଚୁ ଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ପୁଣି ନାଚ ସମୟରେ କେତେବେଳେ ମାସ୍କ ପିନ୍ଧିଛନ୍ତି ତ ଆଉ କେତେବେଳେ ବିନା ମାସ୍କରେ ନାଚୁଛନ୍ତି।

ଏହି ଭିଡ଼ିଓରେ ଥିବା ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିବା ମହିଳା ଜଣଙ୍କ ହେଉଛନ୍ତି ତହସିଲଦାର ବୁଲବୁଲ୍ ବେହେରା। ତେବେ ଏନେଇ ଆମେ ସମ୍ପୃକ୍ତ ତହସିଲଦାରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, ହେଲେ ତାଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ।

   Related Posts