ଦେଶର ଗୌରବ ସ୍ଵାତି : ଘର ପରିବାର ଛାଡି ଦେଶସେବା ପାଇଁ ଆଗେଇ ଆସିଲେ, ଇଟାଲୀରୁ ୨୬୩ ଭାରତୀୟଙ୍କୁ କଲେ ଉଦ୍ଧାର

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧/୦୩ : କରୋନା ଭାଇରସ୍ ସମଗ୍ର ବିଶ୍ୱରେ ବିପଦ ସୃଷ୍ଟି କରିବାରେ ଲାଗିଛି। ସମସ୍ତେ ନିଜ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଜ ନିଜ ସ୍ତରରେ କାର୍ଯ୍ୟ କରୁଛନ୍ତି। ଏହି କାରଣରୁ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଏଭଳି ପରିସ୍ଥିତିରେ ସମସ୍ତେ ନିଜ ସୁରକ୍ଷା ପାଇଁ ଘରେ ରହିବାକୁ ପ୍ରାଥମିକତା ଦେଉଛନ୍ତି। ଏଥି ସହିତ ମହିଳାମାନେ ଏହି ଅବସ୍ଥାରେ ନିଜ ଘର ଏବଂ ଲୋକଙ୍କ ସୁରକ୍ଷା ତଥା ଯତ୍ନ ନେବାରେ ପଛେଇ ନାହାନ୍ତି । କିନ୍ତୁ ଏସବୁ ମଧ୍ୟରେ କିଛି ମହିଳା ଅଛନ୍ତି ଯେଉଁମାନେ ଶିଶୁ ଏବଂ ପରିବାରର ଦାୟିତ୍ ପୂର୍ବରୁ ନିଜ କର୍ତ୍ତବ୍ୟ ପାଳନ କରି ଦେଶ ସେବା କରିବାକୁ ପ୍ରସ୍ତୁତ ଅଛନ୍ତି।

{"id":246842,"sizeSlug":"large"}

ଦେଶରେ ଅନେକ ମହିଳା ଅଛନ୍ତି ଯେଉଁମାନେ ଏହି ଘର ଏବଂ ପରିବାରଠାରୁ ଦୂରରେ ରହି ଦିନରାତି କରୋନା ଜୀବାଣୁ ସଂକ୍ରମିତ ବ୍ୟକ୍ତିଙ୍କ ସେବାରେ ନିୟୋଜିତ ଅଛନ୍ତି। ଏହି ମହିଳାମାନେ କୌଣସି ହିରୋ ଠାରୁ କମ୍ ନୁହନ୍ତି | ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କର୍ତ୍ତବ୍ୟରେ ନିୟୋଜିତ ତଥା ଲୋକଙ୍କୁ ସାହାଯ୍ୟ କରୁଥିବା ଜଣେ ମହିଳାଙ୍କୁ ନିଜେ ପ୍ରଶଂସା କରିଛନ୍ତି। ବିଦେଶରେ ଫସି ରହିଥିବା ଦେଶବାସୀଙ୍କୁ ଫେରାଇ ଆଣିବା ପ୍ରୟାସ ଜାରି ରହିଛି | ଏହି କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏୟାର ଇଣ୍ଡିଆର ମହିଳା ପାଇଲଟ୍ କ୍ୟାପଟେନ ସ୍ଵାତି ରାୱଲଙ୍କୁ ପ୍ରଶଂସା କରାଯାଉଛି। ନିକଟରେ ଇଟାଲୀରେ ଫସି ରହିଥିବା ୨୬୩ ଜଣ ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିଥିବା କ୍ୟାପଟେନ ସ୍ଵାତି ରାୱଲଙ୍କୁ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦି ଖୁବ ପ୍ରଶଂସା କରିଛନ୍ତି।

{"id":246843,"width":573,"height":376,"sizeSlug":"large"}

ଏୟାର ଇଣ୍ଡିଆ ୭୭୭ର କମାଣ୍ଡର ସ୍ଵାତି ଏକ ଶିଶୁର ମା | ସେ ଗତ ୧୫ ବର୍ଷ ଧରି ବିମାନ ଉଡାଉଛନ୍ତି। ସେ ୨୦୧୦ ମସିହାରେ ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଥିଲେ ଯାହାର ସମସ୍ତ କୃ ସଦସ୍ୟ ମହିଳା ଥିଲେ । ସ୍ଵାତି ଆରମ୍ଭରୁ ଯୁଦ୍ଧ ବିମାନ ପାଇଲଟ୍ ହେବାକୁ ଚାହୁଁଥିଲେ କିନ୍ତୁ ୧୫ ବର୍ଷ ପୂର୍ବରୁ ବାୟୁସେନାରେ ମହିଳା ଯୁଦ୍ଧ ବିମାନ ପାଇଲଟଙ୍କ ପାଇଁ ସ୍ଥାନ ନଥିଲା। ଏହି କାରଣରୁ, ସେ ବିମାନ ଉଡ଼ାଇବାର ସ୍ୱପ୍ନକୁ ପୂରଣ କରିବା ପାଇଁ ଏକ ବ୍ୟବସାୟିକ ପାଇଲଟ୍ ଭାବରେ କାମ ଆରମ୍ଭ କରିଥିଲେ | ସ୍ଵାତି ଏୟାର ଇଣ୍ଡିଆର ଏହି ବିମାନରେ ଇଟାଲୀର ରାଜଧାନୀ ରୋମରୁ ୨୬୩ ଜଣ ଭାରତୀୟଙ୍କୁ ନୂଆଦିଲ୍ଲୀକୁ ଆଣିଥିଲେ।

{"id":246844,"sizeSlug":"large"}

ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏୟାର ଇଣ୍ଡିଆର ପାଇଲଟ୍ ଏବଂ କୃ ସଦସ୍ୟଙ୍କ କାମକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, "ଏୟାର ଇଣ୍ଡିଆର ଏହି ଦଳ ପାଇଁ ମୁଁ ଗର୍ବିତ, ଯାହା ମାନବିକତା ପାଇଁ ବହୁତ ସାହସ ଏବଂ ଉତ୍ସାହ ପ୍ରଦର୍ଶନ କରିଛି। ତାଙ୍କର ଏହି ଉଲ୍ଲେଖନୀୟ ଉଦ୍ୟମକୁ ସମଗ୍ର ଭାରତରେ ପ୍ରଶଂସା କରାଯାଇଛି। ”ଏହାପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରି ଏକ ଟୁଇଟ୍ ଜରିଆରେ କ୍ୟାପଟେନ ସ୍ଵାତି ରାୱଲ ଏବଂ ବିମାନର ନେତୃତ୍ୱ ନେଉଥିବା କ୍ୟାପଟେନ ରାଜା ଚୌହାନଙ୍କ ସହ ସମଗ୍ର କୃ ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି।

{"id":246845,"sizeSlug":"large"}

କରୋନା ଇଟାଲୀରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି | ଭାଇରସକୁ ବ୍ୟାପିବାରେ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଛି | ଯେଉଁଥିପାଇଁ ସରକାର ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଇଟାଲୀରେ ଲକଡାଉନ୍ ଲାଗୁ କରିଛନ୍ତି । ଯୁକ୍ତରାଷ୍ଟ୍ରରେ ୨୪ ଘଣ୍ଟାରେ ୫୨୮ ଜଣଙ୍କର ମୃତ୍ୟୁ ହୋଇଛି । ଦେଶର ସର୍ବାଧିକ ପ୍ରଭାବିତ ନ୍ୟୁୟର୍କରେ ମୃତ୍ୟୁ ସଂଖ୍ୟା ଏକ ହଜାରରୁ ଅଧିକ ହୋଇଛି। ଏହି ସମୟରେ ବ୍ରିଟେନର ଡେପୁଟି ଚିଫ୍ ମେଡିକାଲ୍ ଅଫିସର ଜେନି ହ୍ୟାରି ରବିବାର ଦିନ ଚେତାବନୀ ଦେଇଛନ୍ତି ଯେ କରୋନା ଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ଅଛି। ଏଠାରେ ୬ ମାସ ପାଇଁ ଲକଡାଉନ କରିବାର ଆଶଙ୍କା କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.