ଗାଁ ଦାଣ୍ଡରେ ମହିଳାଙ୍କ ବେକକୁ କଟୁରୀରେ ହାଣି ହତ୍ୟା: ହତ୍ୟାକାରୀ ଗିରଫ

Published By : Prameya-News7 Bureau | July 29, 2020 IST

ଅନୁଗୁଳ୨୯/୭: ଗାଁ ଦାଣ୍ଡରେ ମହିଳାଙ୍କୁ  ନିର୍ମମ ହତ୍ୟା। ଅନୁଗୁଳ ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଗଡ଼ିଆ ସଜରା ସାହିରେ ଏଭଳି ଜଘନ୍ୟ ହତ୍ୟାକଣ୍ଡ ଘଟିଛି।  ଏହି ଗ୍ରାମର ସମ୍ଭୁନାଥ ସାହୁ, ବୟସ ୩୫ ବର୍ଷ। ଘରୋଇ କଳିକୁ କେନ୍ଦ୍ର କରି ଏହି   ଯୁବକ ସେହି ସାହିର ରେବତୀ ସାହୁ ସାହୁଙ୍କ ବେକକୁ କଟୁରୀ ରେ ହାଣି ହତ୍ୟା କରିଛି। ଗାଁ ଦାଣ୍ଡରେ ମୃତ ମହିଳାଙ୍କ ୨ କାନ୍ଦ ବୋବାଳି ପକାଇଥିବା ସମୟରେ ହତ୍ୟାକାରୀ ହତ୍ୟା କରି ଫେରାର ହୋଇଯାଇଥିଲା।

ଏହି ଖବର ପାଇବା  ପରେ ବାଗଡିଆ ଫାଣ୍ଡି ଅଧିକାରୀ ଏବଂ ଛେଣ୍ଡିପଦା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଚି ଫେରାର ହୋଇ ଯାଉଥିବା ହତ୍ୟାକାରୀକୁ ବରଜୁରା ଅଞ୍ଚଳରୁ ଗିରଫ କରିଛି। ଗରଫ ହତ୍ୟାକାରୀକୁ ପୋଲିସ୍‌ ଗିରଫ କରି ପଚରାଉଚରା ଜାରି ରଖିଛି। ପୂର୍ବ ଶତ୍ରୁକୁ କେନ୍ଦ୍ର କରି ଏମିତି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ ସୂଚନା ଦେଇଛି। ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ମୃତ ଶରୀରକୁ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.