Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ୪ ଦିନ ପରେ ଗଳିତ ମୃତଦେହ ଜବତ, ହରଡ଼ଘଣାରେ ଶାଶୁଘର ଲୋକେ

30/10/2020 at 2:46 PM

ଭୁବନ୩୦/୧୦: ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଶାଶୁ ଘର ଲୋକ ହରଡ଼ଘଣାରେ ପଡିଛନ୍ତି । ଏପରି କି ଚଂଚକତା କରି ପୋତି ଦେଇଥିବା ମହିଳାଙ୍କ ମୃତ ଦେହକୁ କାଜୁ ବଗିଚାରୁ ମାଟି ଖୋଲି ଗଳିତ ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିବାରୁ କାଠଗଡାକୁ ଟାଣି ହୋଇଛନ୍ତି ଶାଶୁ ଘର ଲୋକେ ।

ଏପରି କି ମୃତ୍ୟୁର ଚାରି ଦିନ ପରେ ମାଜିଷ୍ଟେଟ୍ , ସାଇଣ୍ଟିଫିକ ଟିମ୍‌ଙ୍କ ଉପସ୍ଥିତରେ ମାଟି ତଳୁ ଶବକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।  ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଗଡନୃସିଂହପ୍ରଶାଦ ଗ୍ରାମର ଉପର ଦେହୁରୀ ସାହିରେ । ମୃତା ମହିଳା ଜଣକ ୨୫ବର୍ଷୀୟ ଟୁଣୁକି କାଣ୍ଡି ବୋଲି ଜଣାପଡିଛି । ସେ ଉପର ଦେହୁରୀ ସାହିର ନିଜ ଭିଣୋଇ ସର୍ବେଶ୍ବର କାଣ୍ଡିଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ବିବାହ କରିଥିଲେ ।
ତାଙ୍କ ବାପ ଘର ଭୁବନ ବ୍ଲକ ଏକତାଳୀ ପଞ୍ଚାୟତ ଅନ୍ତର୍ଗତ ନିମେଇପୁର ଗ୍ରାମରେ । ପିଲାଟି ଦିନରୁ ବାପା ମାଙ୍କ ଅକାଳ ବିୟୋଗ ଘଟିଥିବାରୁ ଦାଦା ଖୁଡି ପାଖରେ ରହୁଥିଲେ । ତେବେ ବଡ଼ ଭଉଣୀ ଝିଲି କାଣ୍ଡିଙ୍କର କୌଣସି ପିଲାଛୁଆ ନହେବାରୁ ନିଜ ଭିଣୋଇଙ୍କୁ ସେ ଉଭୟ ପରିବାର ସହମତିରେ ବିବାହ କରିଥିଲେ । ତେବେ ସର୍ବେଶ୍ବର ଜଣେ ଦିନ ମଜୁରୀଆଯୋଗୁଁ ଘରେ ଅର୍ଥାଭାବରୁ ସର୍ବେଶ୍ବରଙ୍କ ସହିତ କୁଆଡେ ଅନେକ ସମୟରେ ଟୁଣୁକୀର ଝଗଡା ହେଉଥିଲା ।

ତେବେ ଗତ ୨୫ ତାରିଖରେ ଟୁଣୁକୀର ସନ୍ଦେହ ଜନକଭାବେ ମୃତ୍ୟୁ ଘଟିଥିଲା । ମାତ୍ର କାହାକୁ ନଜଣାଇ ଶାଶୂଘର ପକ୍ଷରୁ ତାଙ୍କ ଗଂପାଖରେ ଥିବା କାଜୁ ବଗିଚାରେ ପୋତିଦେଇଥିଲେ  । ପରେ କୌଣସି ସୂତ୍ରରୁ ଟୁଣୁକୀର ମୃତ୍ୟୁ ଖବର ପାଇ ଦାଦା ଭୁବନା ଜେନା ସର୍ବେଶ୍ବରଙ୍କ ଘରେ ପହଞ୍ଚି ସନ୍ଦେହ କରି ଭୁବନ ଥାନାରେ ଟୁଣୁକୀକୁ ହତ୍ୟା କରିଥିବା ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ସ୍ୱାମୀ ସର୍ବେଶ୍ବରକୁ ଅଭିଯୁକ୍ତ ଭାବେ ଭୁବନ ଥାନାରେ ଅଟକ ରଖିଛି ପୁଲିସ । ମୃତ ଦେହ ବ୍ୟବଛେଦ ପାଇଁ ପଠାଇ ପୁଲିସ ତଦନ୍ତ ଜାରି ରଖିଛି ।

   Related Posts