ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ବେକରେ ରହିଛି ଚିହ୍ନ: ସନ୍ଧାନୀ କୁକୁର ଆରମ୍ଭ କଲା ଛାନ୍‌ଭିନ୍

Published By : Prameya-News7 Bureau | October 20, 2020 IST

କଟକ୨୦/୧୦: ଘର ଭିତରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ।କଟକ ଗୋପାଳପୁର ଅଞ୍ଚଳରେ ସନ୍ଦେହ ଜନକ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।କଟକ ସଦର ପୋଲିସ୍‌ ଘଟଣାସ୍ଥଳରେ ପହଁଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ଫରେନସିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।କେଉଁ ପରିସ୍ଥିତିରେ ଏବଂ କିପରି ମହିଳାଙ୍କ ମୃତ୍ୟୁ ହେଲା, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ।

ମୃତ ମହିଳା ହେଲେ ପ୍ରଭାସିନୀ ପ୍ରଧାନ। ମୃତ ମହିଳାଙ୍କ ବେକରେ ଚିହ୍ନ ଥିବାର ଦୃଶ୍ୟ ରହିଛି। ଘର ମୁଖ୍ୟ ଗେଟ୍ ଭାଙ୍ଗିବା ସମେତ, ଜିନିଷ ପତ୍ର ଚାରିଆଡ଼େ ପଡିଛି।ଲୁଟପାଟ୍ ସହିତ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।ବର୍ତ୍ତମାନ ଘଟଣାସ୍ଥଳରେ ସନ୍ଧାନୀ କୁକୁର ପହଁଞ୍ଚି ତଦନ୍ତ୍ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.