Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ପରିବାର ଲୋକେ କହିଲେ, ‘ଆମ ଝିଅକୁ ମାରି ଦେଇଛନ୍ତି’

16/07/2020 at 4:19 PM

ଯାଜପୁର୧୬/୭: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ଯାଜପୁର ରୋଡ଼୍ ଥାନା ପଦ୍ମପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି। ମୃତ ମହିଳା ହେଲେ ପ୍ରତିମା ଦାଶ। ପ୍ରତିମାଙ୍କ ବାପଘର ଲୋକଙ୍କ ଅଭିଯୋଗ ପରେ ପୋଲିସ୍ ତାଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖିଛି। ମହେଶ୍ବର କୋପଣ୍ଡ ଗ୍ରାମର ଚିନ୍ତାମଣୀ ଦାଶଙ୍କ ଝିଅ ପ୍ରତିମା ୧୦ ବର୍ଷ ତଳେ ବୈଦିତିକ ରିତି-ରିବାଜରେ ବିବାହ କରିଥିଲେ।  ତାଙ୍କର ୨ଟି ଝିଅ। ଏପଟେ ସ୍ବାମୀ ବିଭିନ୍ନ ଜାଗରୁ ଋଣ କରି ଚିନ୍ତାରେ ରହୁଥିଲେ।

ପରିବାର ଲୋକଙ୍କ କହିବା ମୁତାବକ, ଦୀର୍ଘ ୧୦ ବର୍ଷ ହେବ, ତାଙ୍କ  ଶାଶୁ ଘର ଲୋକ ତାଙ୍କୁ ନିର୍ଯାତନା ଦେଉଥିଲେ। ବାପଘରୁ ଟଙ୍କା ଆଣିବାକୁ ପ୍ରତିମାଙ୍କୁ ବାଧ୍ୟ କରୁଥିଲେ। ଏନେଇ ଅଧିଂକାଶ ସମୟରେ ସ୍ବାମୀ-ସ୍ତ୍ରୀଙ୍କ କଳି ଝଗଡ଼ା ଲାଗୁଥିଲା। ଏପରି କି ତାଙ୍କ ଶାଶୁଘର ଲୋକ ତାଙ୍କୁ ମାରି ଦେବାକୁ ମଧ୍ୟ ଧମକ ଦେଉଥିଲେ।ଗତକାଲି ଉଭୟ ଦମ୍ପତିଙ୍କ ମଧ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କଳି ଝଗଡା ହୋଇଥିବା ବେଳେ ଆଜି ସକାଳୁ ପ୍ରତିମାଙ୍କ ମୃତଦେହ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।  ଫ୍ୟାନ୍‌ରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ଶାଶୁ କହିଛନ୍ତି।    

ଏପଟେ ମୃତ ମହିଳାଙ୍କ ବାପଘର ଲୋକଙ୍କ ଅଭିଯୋଗ ଯେ, ତାଙ୍କ ଝିଅକୁ ହତ୍ୟା କରାଯାଇଛି।  ଯାଜପୁର ରୋଡ ପୋଲିସ୍ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦୀ ହସ୍ପିଟାଲକୁ ପଠାଇଛନ୍ତି।

   Related Posts