ସ୍କୁଟିକୁ ଧକ୍କା ଦେଲା ହାଇୱା: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | January 10, 2021 IST

ରାଇରଙ୍ଗପୁର୧୦/୧: ହାଇୱା ଚାପାରେ ସ୍କୁଟି ଆରୋହୀଙ୍କ ଶୋଚନୀୟ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ଜାମଦା  ଥାନା  ଅନ୍ତର୍ଗତ ରୁଗୁଡି ଡିହି ଗ୍ରାମ୍ଯ ରାସ୍ତାରେ ଏକ ହାଇୱା ସହ ସ୍କୁଟି ଧକ୍କାରେ ସ୍କୁଟି ଆରୋହୀ ଜନୈକ ମହିଳାଙ୍କର ଶୋଚନୀୟ ମୃତ୍ଯୁ ହୋଇଛି। ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ସମୟରେ ରୁଗୁଡିହି ଗ୍ରାମର ପ୍ରହ୍ଲାଦ ବିନ୍ଧାଣିଙ୍କ ସ୍ତ୍ରୀ ସୂର୍ଯ୍ୟମଣି ବିନ୍ଧାଣି(୩୮) ଏବଂ ତାଙ୍କ ପୁଅ ଏକ ସ୍କୁଟି ଯୋଗେ ବହଳଦା ବଜାରକୁ ଯାଉଥିଲେ।

ରୁଗୁଡିହି ଗାଁ ରାସ୍ତାରେ  OD11J1536 ନଂ ବିଶିଷ୍ଟ ଏକ ବାଲି ବୋଝେଇ ହାଇୱା ସହ ଧକ୍କା ହୋଇଥିଲା। ଫଳରେ ପଛ ଚକଟି  ମହିଳା ଙ୍କ ମୁଣ୍ଡ ଉପରେ ଚାପି ଯାଇଥିଲା। ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବା ବେଳେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଉଦ୍ଧାର କରି ରାଇରଙ୍ଗପୁର  ଡାକ୍ତରଖାନା ଅଣା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଜାମଦା ଥାନା ପୋଲିସ ଘଟଣାସ୍ଥଳରେ  ପହଞ୍ଚି  ଗାଡି ଦୁଇଟିକୁ ଜବତ କରିବା ସହ ଏକ ଦୁର୍ଘଟଣା ମାମଲା  ରୁଜୁ କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.